PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବ୍ଲକସ୍ତରୀୟ ବିଶ୍ବ ଶୌଚାଳୟ ଦିବସ : ପରିବେଶକୁ ସ୍ବଚ୍ଛ ରଖିବା ସମସ୍ତଙ୍କ ଦାୟିତ୍ବ ହେବା ଆବଶ୍ୟକ

ଭୋଗରାଇ,୧୯/୧୧,(ଆ.ପ୍ର.) ସ୍ବାସ୍ଥ୍ୟ ହିଁ ସମ୍ପଦ। ପରିମଳତା ରକ୍ଷା ସୁସ୍ବାସ୍ଥ୍ୟର ମୁଖ୍ୟ ଉତ୍ସ। ଏଣୁ ନିଜ ପରିବେଶକୁ ସ୍ବଚ୍ଛ ଓ ପରିମଳ ରଖିବା ସମସ୍ତ ନାଗରିକଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ସ୍ତରୀୟ ବିଶ୍ବ ଶୈଚାଳୟ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି। ଖୋଲା ସ୍ଥାନରେ ମଳତ୍ୟାଗ ନକରି ନିଜସ୍ଵ ଶୌଚାଳୟରେ ଶୌଚ ହେଲେ ପ୍ରତ୍ୟେକେ ନିଜ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖି ପାରିବେ। ସରକାରଙ୍କ ଆର୍ଥିକ ସହାୟତାରେ ସ୍ବଚ୍ଛ ଭାରତ ମିଶନ-୨.୦ କାର୍ଯ୍ୟକାରୀ ହେବାକୁ ଯାଉଥିଲା ବେଳେ ସ୍ବତନ୍ତ୍ର ପାଇଖାନା ନଥିବା ପରିବାର ମାନେ ଏହାର ସଦୁପଯୋଗ କରିବା ପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ।

ଭୋଗରାଇ ବ୍ଲକ ଅନ୍ତର୍ଗତ ମହେଶପୁର ବଡବଡେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଅପରାହ୍ନରେ ବ୍ଲକ ସ୍ତରୀୟ ବିଶ୍ବ ଶୌଚାଳୟ ଦିବସ ପାଳନ ଅବସରରେ ଏକ ବିଶେଷ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମହେଶପୁର ସରପଞ୍ଚ ବରେନ୍ଦ୍ର ପାତ୍ର ଏହି ସଚେତନତା ସଭାରେ ଅଧ୍ୟକ୍ଷତା କରିଥିଲେ। ୟୁନିସେଫର ରାଜ୍ୟ ସ୍ତରୀୟ ପରାମର୍ଶଦାତା ଶଙ୍କୁଳି ବିଶ୍ବାଳ,ସ୍ବଚ୍ଛ ଭାରତ ମିଶନ-୨.୦ ର ଜିଲ୍ଲା ସଂଯୋଜକ ସ୍ବର୍ଣ୍ଣଲତା ମହାନ୍ତି, ଭୋଗରାଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମୁଦୁଲି,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଦୀପ୍ତ କୁମାର ରାଉତ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ମନ୍ତ୍ରୀ, ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ନାୟକ,ଶ୍ରୀମନ୍ତ ଚୈଧୁରୀ,ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ସ୍ବଚ୍ଛ ଭାରତ ମିଶନ- ଗ୍ରାମୀଣ ୨.୦ ବିଷୟରେ ଜନ ଜାଗରଣ,ଶୌଚାଳୟର ଉପଯୋଗୀତା,ସୁରକ୍ଷିତ ସ୍ବଚ୍ଛତା ଓ ସମ୍ପୂର୍ଣ୍ଣ ସ୍ବଚ୍ଛତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପଞ୍ଚାୟତର ସମସ୍ତ ଓ୍ବାର୍ଡମେମ୍ବରଙ୍କ ସମେତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କର ୧ ହଜାରରୁ ଉର୍ଦ୍ଧ୍ବ ସଦସ୍ୟା,ଏଏନଏମ,ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ଆଶାକର୍ମୀ,ସ୍ବାସ୍ଥ୍ୟ କର୍ମୀ,ସିଆରପି,ଏମବିକେ ମାନେ ଏହି ସଚେତନତା ସଭାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମହେଶପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥିଙ୍କ ସମେତ ସଚେତନତା ସଭାରେ ଉପସ୍ଥିତ ମହିଳା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।