ନୂଆଦିଲ୍ଲୀ ୧୦/୦୫: ମହାନ ଗାୟକ ମହମ୍ମଦ ରଫି ହୁଏତ ଆଉ ଏ ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଗୀତ ସବୁଜ ରହିଛି। ସେ ନିଜ କ୍ୟାରିୟରରେ ହଜାର ହଜାର ଗୀତ ଗାଇ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ଏପରିକି ଅନେକ ଗୀତ ଇତିହାସ ସୃଷ୍ଟି କରିଛନ୍ତି। ତେବେ ଏଭଳି ଏକ ଗୀତ ଥିଲା ଯାହାକୁ ଗାଇବା ପାଇଁ ସେ ୧୫ ଦିନ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଏପରିକି ଗୀତ ଷ୍ଟୁଡିଓରେ ରେକର୍ଡିଂ କରୁଥିବା ସମୟରେ ତାଙ୍କ ଗଳାରୁ ରକ୍ତ ବାହରିଥିଲା।
୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବୈଜୁ ବାୱରା’ରେ ‘ଓ ଦୁନିଆକେ ରଖୱାଲେ…’ ନାମକ ଗୀତ ଗାଇଥିଲେ। ଏହି ଗୀତକୁ ରେକର୍ଡ କରିବା ପାଇଁ ସେ ଖୁବ୍ ପରିଶ୍ରମ କରିଥିଲେ। ବହୁ ଉଚ୍ଚ ସ୍ୱରରେ ତାଙ୍କୁ ଗାଇବାକୁ ପଡିଥିଲା। ଯେତେବେଳେ ଗୀତଟିକୁ ରେକର୍ଡିଂ କରିବାକୁ ଗଲେ ତାଙ୍କ ଗଳାରୁ ରକ୍ତ ବାହାରିଥିଲା। ତାଙ୍କର ଏହି ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଲୋକେ ଭାବିଲେ ସେ ଆଉ ଗୀତ ଗାଇ ପାରିବେନି। ହେଲେ ଏହି ଗୀତ ପରେ ମହମ୍ମଦ ରଫି ପୁଣି ଫେର୍ ଗୋଟିଏ ପରେ ଗୋଟିଏ ଗୀତ ଗାଇଥିଲେ।
ଏହି ଫିଲ୍ମରେ ସେ ସମୁଦାୟ ୫ଟି ଗୀତ ଗାଇଥିଲେ। ସେଥିମଧ୍ୟରୁ ଦୁଇଟି ଗାତ ଲତା ମଙ୍ଗେସକରଙ୍କ ସହ ସେୟାର କରିଥିଲେ। ତାଙ୍କ ଗୀତ ‘ତରପଟ ହରୀ ଦର୍ଶନ କୋ ଆଜ୍…’,’ଓ ଦୁନିୟାକେ ରଖୱାଲେ…’, ଏବଂ ‘ଗଙ୍ଗା କି ମୋତ୍…’ ସେ ସମୟରେ ସୁପର୍ ହିଟ୍ ହୋଇଥିଲା। ତେବେ ସେ ନିଜ କ୍ୟାରିୟରରେ ‘ମେରି ମେହବୁବା…’,’ରେଶମୀ ଜୁଲ୍ଫେ…’, ‘ଗୁରାପୀ ଆଙ୍ଖେ…’ ଭଳି ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ସେ ପାଞ୍ଚ ଥର ଫିଲ୍ମ ଫେୟାର୍ ଏବଂ ଥରେ ନ୍ୟାସନାଲ୍ ଆୱାର୍ଡ ପାଇଥିଲେ। ସେହିପରି ତାଙ୍କ ସୁମଧୁର ସ୍ୱର ପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ।
ଆହୁରି ପଢ଼ନ୍ତୁ...ବିନ୍ଦି-ଗଜରା ଲଗାଇ ବିଜୟଙ୍କ ଶପଥ ସମାରୋହରେ ସାମିଲ ହେଲେ ତ୍ରିଶା କ୍ରିଷ୍ଣନ, ଭାଇରାଲ ହେଲା ଲୁକ୍