ନୀଳଗିରି: ନୀଳ ରଙ୍ଗର ପଥର, ତାହା ପୁଣି ଆକାଶରୁ ଖସିଲା । ଦେଖିବା ପରେ ଲୋକେ ଭୟଭୀତ । କିଏ କେତେ କଥା କହୁଥିବାବେଳେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ବାଲେଶ୍ବର ଜିଲ୍ଲୀ ନୀଳଗିରି ବ୍ଲକ ଛତ୍ରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ନୀଳ ରଙ୍ଗର ପଥରଟି ଆକାଶରୁ ଖସିଥିବା କୁହାଯାଉଥିବାବେଳେ ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼ ।

କହି ରଖୁଛୁ କି, ଛତ୍ରପୁର ଗାଁର ଜୟନ୍ତ ଦାସ ନାମକ ବ୍ୟକ୍ତି ଗତ ୧୮ ତାରିଖରେ ଘର ବାହାରେ ବସି ପରିବାର ଲୋକଙ୍କ ସହ କଥା ହେଉଥିଲେ । ହାଠାତ ତାଙ୍କ ଏଜବେଷ୍ଟ ଉପରେ କିଛି ପଡ଼ିବା ଭଳି ଶବ୍ଦ ଶୁଣିଥିଲେ । ପ୍ରଥମେ କଣ ଗୋଟେ ପଡ଼ିଲା ଭାବି ରହିଥିଲେ । ମାତ୍ର ପରେ ଯାଇ ଦେଖିବା ବେଳକୁ ଏକ ନୀଳ ରଙ୍ଗର ପଥର ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏନେଇ ଗାଁ ଲୋକଙ୍କୁ ଜଣାଇଥିଲେ । ଲୋକେ କହିଥିଲେ କି, ଆକାଶରୁ ଏହା ଖସିଛି । ଯାହା ଶୁଣିବା ପରେ ସମସ୍ତେ ଡରି ଯାଇଥିଲେ ।

ଏହି ଗାଢ଼ ନୀଳ ରଙ୍ଗର ପଥରକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସମସ୍ତେ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଘର ପାଖରେ ଲୋକେ ରୁଣ୍ଡ ହେଉଥିବାବେଳେ ଏହା କେଉଁ ପଥର ଭୂତତ୍ବବିତ ଏବଂ ପତ୍ନତତ୍ବବିତ ପରୀକ୍ଷା କରିବା ପରେ ଅସଲ କଥା ଜଣାପଡ଼ିବ ବୋଲି କୁହାଯାଉଛି । ତେବେ ଖବର ପାଇବା ପରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଗବେଷକମାନେ ଏହାକୁ ପରୀକ୍ଷା ପାଇଁ ନେଇଥିବା ଜଣାପଡ଼ିଛି ।

ଏହାସହ ପଢ଼ନ୍ତୁ : ସାଂସଦ ରାଘବ ଚଢ଼ାଙ୍କ ମାମଲା: ଏମିତି କହିଲେ ଦିଲ୍ଲୀ ହାଇକୋର୍ଟ