ନୂଆଦିଲ୍ଲୀ: ବିଜେପି ସାଂସଦ ରାଘବ ଚଢ଼ାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା । ପର୍ସିନାଲିଟି ରାଇଟ୍ସ ଶୁଣାଣି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତୀ ଦେବାକୁ ମନା କରି ଦେଇଛନ୍ତି । କୋର୍ଟ ସ୍ପଷ୍ଠଭାବେ କହିଛନ୍ତି କି, ରାଜନୈତିକ ବ୍ୟକ୍ତିଙ୍କ ଉପରେ ମନ୍ତବ୍ୟ, ବ୍ୟଙ୍ଗ କିମ୍ବା ସମାଲୋଚନା ଗଣତନ୍ତ୍ରଣର ଏକ ଅଭିଚ୍ଛେଦ୍ୟ ଅଂଶ । ଜନତାମାନେ ନେତାଙ୍କୁ ସମାଲୋଚନା କରିପାରିବେ । କାହାକୁ ପସନ୍ଦ ନୁହେଁ ବା ଅସୁବିଧାରେ ପକାଇଲେ ଏହାକୁ ବନ୍ଦ କରାଯାଇପାରିବ ନାହିଁ ।

ରାଘବ ଆପ୍ ଛାଡ଼ି ବିଜେପିରେ ଯୋଗ ଦେବା ଦିନରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ତାଙ୍କର ଫଟୋକୁ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ପ୍ରକାଶ କରାଯାଉଥିବାବେଳେ ଟ୍ରୋଲ ମଧ୍ୟ କରାଯାଉଛି । ଯାହାକୁ ନେଇ ସେ ହାଇକୋର୍ଟରେ ପହଞ୍ଚିଥିଲେ । ସେ ଅଭିଯୋକ କହିଥିଲେ କି, ତାଙ୍କ ଫଟୋ, ନାମ ଏବଂ ପରିଚୟର ଅପବ୍ୟବହାର କରାଯାଉଛି । ରାଜନୈତିକ ଦଳ ପରିବର୍ତ୍ତନ କରିବା ଦିନଠାରୁ ରୀତିମତ ଭାବରେ ତାଙ୍କୁ ଏଭଳି ଟ୍ରୋଲ କରାଯାଉଛି । ଯାହାଦ୍ବାରା ମୋର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ତେବେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି, ରାଜନୈତିକ ବ୍ୟକ୍ତିଙ୍କ ଦ୍ବାରା ନିଆଯାଉଥିବା ନିଷ୍ପତ୍ତିର ସମାଲୋଚନା ହେବା ସ୍ବାଭାବିକ । ସେ ଏକ ସାର୍ବଜନିନ ସ୍ଥାନରେ ରହିଥିବାରୁ ସମାଲୋଚନା କରାଯାଏ । ଯଦି ଆପଣଙ୍କର କୌଣସି ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୁଏ ତାହେଲେ ମାନହାନୀ ମକଦ୍ଦମା କରିପାରିବେ । ଏହାସହ ଉଦାହରଣ ଦେଇ କହିଛନ୍ତି କି, ସ୍ବାଧିନତା ପରଠାରୁ ଏଭଳି ରାଜନେତାଙ୍କୁ ନେଇ ବ୍ୟଙ୍ଗ ଏବଂ କବିତାରେ ମଧ୍ୟ ସମାଲୋଚନା କରାଯାଉଛି । ଏବେ ସୋସିଆଲ ମିଡିଆ ରହିଥିବାବେଳେ ଏହା ମାଧ୍ୟମ ପାଲଟିଛି ।

ସେପଟେ ରାଘବ ଚଢ଼ା ଆପ୍ ଛାଡ଼ି ବିଜେପିରେ ଯୋଗ ଦେବା ଦିନଠାରୁ ଲଗାତାର ସମାଲୋଚନାର ଶିକାର ହୋଇ ଆସୁଛନ୍ତି । ତାଙ୍କର ଫଟୋ ଏବଂ ଭିଡିଓରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ଏହାସହ ବହୁ ରାଜନେତା ଅଭିଯୋଗ କରିଛନ୍ତି କି, ସେ ଟଙ୍କା ପାଇଁ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : ଦ୍ବିତୀୟ ବିବାହ କଲା ସ୍ତ୍ରୀ, ଘରେ ନିଆଁ ଲଗାଇଦେଲା ସ୍ବାମୀ