PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଆଜି ବିଏମ୍‌ସି କର୍ପୋରେସନ ବୈଠକ, ଫୋକସ୍‌ରେ ଜଳବନ୍ଦୀ ଓ ସ୍ୱରେଜ, ପରିମଳ ପ୍ରସଙ୍ଗ

ଭୁବନେଶ୍ୱର,୧୯/୦୮: ଆଜି ବିଏମ୍‌ସିର ଦ୍ୱିତୀୟ କର୍ପୋରେସନ ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ବିଏମ୍‌ସି ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ସରିଛି । ବୈଠକରେ ବିଏମ୍‌ସି ଜଳବନ୍ଦୀ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବାକୁ ବିରୋଧୀ ସଜବାଜ ହୋଇଛନ୍ତି । ସ୍ୱେରେଜ ଯନ୍ତ୍ରଣା ଲୋକଙ୍କୁ ଛଟପଟ କଲାଣି । ସହରକୁ ଖୋଳିତାଡି ଛାରଖାର କରିଛି ୱାଟକୋର ସ୍ୱେରେଜ ପ୍ରକଳ୍ପ । ଗଳିରୁ ମୁଖ୍ୟ ରାସ୍ତା ସବୁଠି ବଡ ବଡ ଖାଲ । ଲୋକେ ନାକେଦମ ହେଲେଣି ।

ଅସରାଏ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଛି । ବସ୍ତିରୁ ଆପାର୍ଟମେଣ୍ଟ ସବୁଠି ଜଳବନ୍ଦୀ । ଇସ୍କନ ଆଗ ରାସ୍ତାରେ ଗାଡି ଭାସିଯାଉଛି । ରସୁଲଗଡ, କଟର ରୋଡରେ ଅଣ୍ଟାଏ ପାଣି । ଏହି ସବୁ ପ୍ରସଙ୍ଗକୁ ନେଇ ବିଜେପି କର୍ପୋରେସନ ବୈଠକରେ ଉଠାଇବ। ସେହିପରି ଅଳିଆ ସଫେଇ ସଂସ୍ଥା ଟେଣ୍ଡର ନେବା ପରେ କେଁ ଉଠିଛି । ଅଳିଆ ସଫେଇ ଠିକ୍‌ ଭାବରେ ହେଉନଥିବା ନେଇ କର୍ପୋରେଟର ଅଭିଯୋଗ କରିଛନ୍ତି ।