ପ୍ରମୂଖ ଖବର

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ, କର୍ପୋରେଟଙ୍କ ସହଯୋଗୀ ମାର୍‌ପିଟ୍ କରିଥିବା ଅଭିଯୋଗ

Published By : Prameya | June 30, 2025 2:01 PM

ଭୁବନେଶ୍ୱର ୩୦/୦୬:  ଭୁବନେଶ୍ୱର ମହାନଗର ନିଗମ ଅଫିସ୍‌ରେ ମାର୍‌ପିଟ୍। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛି। 

ସୂଚନା ଅନୁୟାୟୀ, ଆଜି ବିଏମ୍‌ସି ଅଫିସ୍ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ।  ଜଣେ କର୍ପୋରେଟଙ୍କ ୫ରୁ ୬ ଜଣ ସହଯୋଗୀ ହଠାତ୍ ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହେଇଛି। ଏହି ନେଇ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ସିସିଟିଭ ଯାଞ୍ଚ କରୁଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ପରେ ତାଙ୍କ ବିରୋଧ କଡ଼ା ଆକ୍ସନ ହେବ ଜଣେ ଅଧିକାରୀ ସୂଚନା ଦେଇଛନ୍ତିି। ତେବେ ଆକ୍ରମଣକାରୀ ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଲୋକ ହୋଇଥିବା ଅଭିଯୋଗ ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.