PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୨୩ରେ ବିଏମ୍‌ସି କର୍ପୋରେସନ ବୈଠକ: ଫୋକସରେ ହକି ବିଶ୍ୱକପ୍‌, ବଢ଼ିପାରେ ୱାର୍ଡ ବଜେଟ୍‌

ଭୁବନେଶ୍ୱର,୨୦/୧୧: ବିଏମ୍‌ସି କର୍ପୋରେସନ ବୈଠକ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏନେଇ ବିଏମ୍‌ସି ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ସରିଛି । ତା ପୂର୍ବରୁ ସବୁ ଷ୍ଟାଣ୍ଡିଂ କମିିଟିର ବୈଠକ ଶେଷ ହେବ । ଏଥର ଫୋକସରେ ହକି ବିଶ୍ୱକପ୍‌ ରହିଛି । ସେହିପରି ୱାର୍ଡ ବଜେଟ ଏଥର ଦେଢ କୋଟି ଟଙ୍କା ଛୁଇଁ ପାରେ ।

ହକି ବିଶ୍ୱକପ୍‌ ପୂର୍ବରୁ ଗଳିକନ୍ଦି ରାସ୍ତାକୁ ଚକାଚକ କରାଯିବ । ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯିବ । ବିଏମ୍‌ସି ପକ୍ଷରୁ ପଥୋତ୍ସବ ଅନୁଷ୍ଠିତ ହେବ । ଏଥର କର୍ପୋରେସନ ବୈଠକରେ ଏହି ଏଜେଣ୍ଡାରେ ମୋହର ବାଜିବ ।

ଚଳିତ ବର୍ଷ ୱାର୍ଡ ବଜେଟ୍‌ ବଢିବ । ପୂର୍ବରୁ ୧ କୋଟି ଟଙ୍କା ମିଳୁଥିଲା । ଏଥର ବଜେଟ ବଢି ଦେଢ କୋଟି ଟଙ୍କା ଛୁଇଁବ । ସେପଟେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଇଁ ଡାକ୍ତର, ଫାର୍ମାସିଷ୍ଟ, ନିଯୁକ୍ତିକୁ ମଧ୍ୟ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ।