PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ମେ’ ୩୧ରେ ବିଏମ୍‌ସି ବୈଠକ: ପରିମଳ ପରିଚାଳନା ଅବ୍ୟବସ୍ଥା ନେଇ ଘେରିବେ ବିରୋଧୀ

ଭୁବନେଶ୍ୱର, ୨୫/୦୫: ଆସନ୍ତା ୩୧ରେ ବସିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବୈଠକ । ଏହାପୂର୍ବରୁ ୩୦ ତାରିଖରେ ବିଏମ୍‌ସିର ଷ୍ଟାଣ୍ଡିଂ କମିଟି ନିର୍ବାଚନ ଅନୁଷ୍ଠିତ ହେବ । କର୍ପୋରେସନ ବୈଠକରେ ମେୟର ଏବଂ କମିଶନରଙ୍କୁ ଘେରିବେ ବିରୋଧୀ । ପରିମଳ ଟେଣ୍ଡରରେ ଅନିୟମିତତା ଅଭିଯୋଗ କରି କରିବେ ହଙ୍ଗାମା । ବର୍ଷ ବର୍ଷ ଧରି ବିଏମ୍‌ସିରେ ଗାଦି ମାଡ଼ି ବସିଥିବା ଅଫିସରଙ୍କ ବଦଳି କରିବାକୁ କରିବେ ଦାବି । ଏଥିପାଇଁ ଏବେଠୁ ମେଳି ବାନ୍ଧିଲେଣି ବିରୋଧୀ । ବିଜେପି କର୍ପୋରେଟରମାନେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଶ୍ନବାଣ ମାରିବାକୁ ପ୍ରସ୍ତୁତ ହେଉଛନ୍ତି । କଟକ ମହାନଗର ନିଗମ(ସିଏମ୍‌ସି) କର୍ପୋରେସନ ବୈଠକ ପରି ବିଏମ୍‌ସିରେ ବୈଠକରେ ମଧ୍ୟ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ବିଏମ୍‌ସି କର୍ପୋରେସନ ବୈଠକ ପୂର୍ବରୁ ସମନ୍ୱୟ ବୈଠକ ହୋଇଯାଇଛି । ଶାନ୍ତିଶୃଙ୍ଖଳା ସହ କାର୍ଯ୍ୟ ସଂପାଦନ କରିବାକୁ ମେୟର ପରାମର୍ଶ ଦେଇଛନ୍ତି । ବୈଠକରେ ବିରୋଧୀ କର୍ପୋରେଟର ବିଶେଷ କରି ପରିମଳ ପରିଚାଳନାରେ ଥିବା ଅବ୍ୟବସ୍ଥା ନେଇ ହଙ୍ଗାମା କରିବେ । ଜଣେ କର୍ପୋରେଟର କହିଛନ୍ତି, ପରିମଳ ପରିଚାଳନାରେ ବିଏମ୍‌ସି ଫେଲ୍‌ମାରିଛି । ଆଗରୁ ପରିମଳ ପରିଚାଳନା ପାଇଁ ଗୋଟିଏ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଥିଲା । ଉକ୍ତ ସଂସ୍ଥା ଅଳିଆ ସଂଗ୍ରହ ସହ କମ୍ପୋଷ୍ଟ ତିଆରି କରିବା କାମ କରୁଥିଲା । ମାତ୍ର ଏବେ ବିଏମ୍‌ସି ପରିମଳ ପରିଚାଳନା ପାଇଁ ଏକାଧିକ ସଂସ୍ଥାକୁ ଦାୟିତ୍ୱ ଦେଇଛି । ଜଣେ ଅଳିଆ ସଂଗ୍ରହ କରୁଥିବା ବେଳେ ଆଉ ଏକ ସଂସ୍ଥା ରାସ୍ତା ସଫା କରୁଛି । ଅନ୍ୟ ଏକ ସଂସ୍ଥା ଅଳିଆ ଉଠାଉଛି । ଫଳରେ ସମନ୍ୱୟ ରହୁନି । ବରଂ ବିଏମ୍‌ସିର ଟଙ୍କା ପାଣିରେ ପଡ଼ୁଛି । କୌଣସି ୱାର୍ଡର ଗଳିକନ୍ଦି ଆବର୍ଜନାମୁକ୍ତ ରହୁନି । ଏକ ଏନ୍‌ଜିଓ ସଂସ୍ଥାକୁ ପରିମଳ ପରିଚାଳନା ପରାମର୍ଶ ପାଇଁ ମାସିକ ଟଙ୍କା ଦେଉଛି । ଫଳରେ ୨ବର୍ଷରେ କୋଟି କୋଟି ଟଙ୍କା ଗଲାଣି । ସେହିପରି କିଛି ବିଏମ୍‌ସି ଅଧିକାରୀ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି । ସରକାରୀ ନିୟମ ଅନୁଯାୟୀ ୩ବର୍ଷରୁ ଗୋଟିଏ ସ୍ଥାନରେ ରହିବା କଥା ନୁହେଁ । କିନ୍ତୁ କିଛି ଅଧିକାରୀ ୧୦ ବର୍ଷରୁ ଅଧିକ ଦିନ ଧରି ଅଛନ୍ତି । ଏହା ଦ୍ୱାରା ଦୁର୍ନୀତି ଅଧିକ ହେଉଛି । ଏହାକୁ ନେଇ ଆମେ ବୈଠକରେ ମେୟର ଏବଂ କମିଶନରଙ୍କୁ ଘେରିବୁ । ବିଏମ୍‌ସିର ସମସ୍ତ ୯ଟି ଷ୍ଟାଣ୍ଡିଂ କମିଟିର ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର