ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଘରେ ପୋଷା କୁକୁର ରଖୁଛନ୍ତି କି ? ବିଏମ୍‌ସିଠୁ ନେବାକୁ ପଡିବ ଅନୁମତି, ଖୁବ୍‌ଶୀଘ୍ର ଜାରି ହେବ ଏସ୍‌ଓପି

ଭୁବନେଶ୍ୱର,୧୮/୧୧: ପୋଷା କୁକୁର ରଖୁଛନ୍ତି କି? ସାବଧାନ । ଘରେ କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମ୍‌ସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍‌ କୁକୁର ରଖିବାକୁ ଅନୁମତି ମିଳିବନି । ଖୁବ୍‌ଶୀଘ୍ର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍‌ଓପି) ଆସିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ପୋଷା କୁକୁର ରଖିବାକୁ ନେଇ ଇନ୍‌ଫୋସିଟି ଅଞ୍ଚଳରେ ତୁମୁଳକାଣ୍ଡ ହେବା ପରେ ବିଏମ୍‌ସି ନୂଆ ଗାଇଡଲାଇନ୍‌ ଆଣିବାକୁ ଯାଉଛି । ପୋଷା କୁକୁର ରଖିବା ପାଇଁ ପଞ୍ଜୀକରଣଠାରୁ ନେଇ କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନ୍‌ରେ ବ୍ୟବସ୍ଥା ରହିବ । କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଓ ଏଥିପାଇଁ କ’ଣ ସହୁ ନିୟମ ରହିବ ତାହା ବି ଏସ୍‌ଓପିରେ ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.