ଖାଦ୍ୟ ଅନ୍ଵେଷଣରେ ଆସି କୂଅ ଭିତରକୁ ଖସିପଡ଼ିଥିଲା ବାରହା, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କାମାକ୍ଷାନଗର, ୧୫/୦୬ : କୂଅ ଭିତରୁ ବାରହା ଉଦ୍ଧାର। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁରେ କୂଅ ଭିତରକୁ ଖସିପଡ଼ିଥିବା ଏକ କୂଅ ଭିତରୁ ଏକ ଜଙ୍ଗଲୀ ବାରହା ଉଦ୍ଧାର ହୋଇଛି।
ବାରହାଟି ଖାଦ୍ୟ ଅନ୍ଵେଷଣରେ କାନପୁରା ଗାଁ ଭିତରକୁ ଆସିଥିଲା। ଏହି ସମୟରେ ଗ୍ରାମର ସପନି ମହାଳିକଙ୍କର ବାଡିରେ ଥିବା କୂଅ ଭିତରକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକମାନେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ବନ ବିଭାଗର ମିଳିତ ସହଯୋଗରେ ବାରହାଟିକୁ ଉଦ୍ଧାର କରି ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦେଇଛନ୍ତି।