ବୋଟ୍ ବୁଡ଼ି ୧୧୭ ଶରଣାର୍ଥୀ ମୃତ

ତ୍ରିପୋଲି,୧୯ ।୧(ଏଜେନ୍ସି): ଲିବ୍ୟା ଉପକୂଳ ଭୂମଧ୍ୟସାଗରରେ ଏକ ବୋଟ୍ ବୁଡିଯିବାରୁ ୧୧୭ଜଣ ଶରଣାର୍ଥୀଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରର ୧୨୦ ଜଣ ଶରଣାର୍ଥୀ ଗୁରୁବାର ରାତିରେ ଏକ ବୋଟ୍ରେ ୟୁରୋପ ଯାଉଥିଲେ । ସେମାନଙ୍କ ମଧ୍ୟରେ ୧୦ ମହିଳା ଓ ୨ ଜଣ ଶିଶୁ ଥିଲେ । ତେବେ ସେମାନେ ୧୦ରୁ ୧୨ ଘଣ୍ଟା ସମୁଦ୍ର ଭିତରେ ଯିବା ପରେ ହଠାତ୍ ବୋଟରୁ ତେଲ ସରିଯାଇଥିଲା ଓ ତାହା ବୁଡି ଯାଇଥିଲା । ଶୁକ୍ରବାର ଇଟାଲୀର ଏକ ସାମରିକ ବିମାନ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା ବେଳେ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥିଲା । ଲିବ୍ୟା ଉପକୂଳରେ ମୁତୟନ ନୌସେନାର ଜାହାଜରେ ଥିବା ଏକ ହେଲିକପ୍ଟର ତୁରନ୍ତ ସେଠାକୁ ପଠାଯାଇଥିଲା । ସମୁଦ୍ରରେ ଭାସୁଥିବା ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଲାମ୍ପେଡୁସା ଦ୍ୱୀପର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୧୧୭ ଜଣଙ୍କର ମୃତ୍ୟୁ ଘଟିଥିବାର ଆଶଙ୍କା କରାଯାଉଛି ।