ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

୮୦ ପ୍ରବାସୀଙ୍କୁ ନେଇ ସ୍ପେନ ଯାଉଥିବା ବେଳେ ଓଲଟିଲା ଡ଼ଙ୍ଗା, ୪୦ ରୁ ଅଧିକ ପାକିସ୍ତାନୀ ମୃତ

Published By : Anindita | January 17, 2025 11:26 AM

ନୂଆଦିଲ୍ଲୀ ,୧୭/୦୧:ମରକ୍କୋରେ ଅଘଟଣ। ସ୍ପେନ ଯାଉଥିବା ବେଳେ ଓଲଟିଲା ଡ଼ଙ୍ଗା । ଫଳରେ ୪୦ରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୫୦ ରୁ ଅଧିକ ପ୍ରବାସୀ ବୁଡ଼ିଥିବା ଆଶଙ୍କା କରାଯାଉଛି। ଏନେଇ ଅଧିକାରୀମାନେ ଗତକାଲି ଅର୍ଥାତ ଗୁରୁବାର ଦିନ ସୂଚନା ଦେଇଛନ୍ତି । 

ସୂଚନା ଅନୁଯାୟୀ, ଏକ ଡ଼ଙ୍ଗାରେ ୮୦ ଜଣ ପ୍ରବାସୀ ସ୍ପେନ୍ ଯିବାକୁ ଚେଷ୍ଟା କରୁଥିଲେ । ହେଲେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ମରକ୍କୋରେ ଓଲଟି ପଡିଥିଲା ।  ଫଳରେ ୪୦ରୁ ଅଧିକ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ଆଶା କରାଯାଉଛି।  ସେହି ଏହି ଡଙ୍ଗା ବୁଡ଼ିବାର ଗୋଟିଏ ଦିନ ପୂର୍ବରୁ  ମରକ୍କୋ କର୍ତ୍ତୃପକ୍ଷ  ଏକ ଡଙ୍ଗାରୁ ୩୬ ଜଣଙ୍କୁ ଉଦ୍ଧାର କରିଥିଲେ । ଯାହା ଜାନୁଆରୀ ୨ ତାରିଖରେ ୮୬ ଜଣ ପ୍ରବାସୀଙ୍କୁ ନେଇ ଡଙ୍ଗାଟି ମୌରିଟାନିଆରୁ ବାହାରିଥିଲା । ଏହି ପ୍ରବାସୀମାନଙ୍କ ମଧ୍ୟରେ ୬୬ ଜଣ ପାକିସ୍ତାନୀ ମଧ୍ୟ ଥିଲେ । ୱାକିଂ ବର୍ଡରର ସିଇଓ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରୁ ୪୪ ଜଣ ପାକିସ୍ତାନର ଥିଲେ । 

ଏହି ଘଟଣା ଉପରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ମରକ୍କୋରେ ଥିବା ଏହାର ଦୂତାବାସ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ଏହା ସହିତ, ମରକ୍କୋରେ ଥିବା ପାକିସ୍ତାନୀ ଦୂତାବାସର ଏକ ଦଳକୁ ପାକିସ୍ତାନୀ ନାଗରିକମାନଙ୍କୁ ସାହାଯ୍ୟ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ  ପଠାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.