ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଠୁଆ ଜଳାଶୟରୁ ମିଳିଲା ୩ ମୃତଦେହ , ଦୁଇ ଦିନରୁ ଥିଲେ ନିଖୋଜ ; ଆତଙ୍କୀ ପ୍ରଭାବିତ ଅଞ୍ଚଳରେ ଆତଙ୍କ

Published By : Prameya | March 8, 2025 8:21 PM

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ୩ଜଣ ଲୋକଙ୍କ ମୃତଦେହ ଜଳାଶୟରେ ମିଳିବା ପରେ ଆତଙ୍କ ଖେଳି ଯାଇଛି। ଏମାନେ ଦୁଇଦିନ ପୂର୍ବରୁ ନିଖୋଜ ଥିଲେ। ମୃତକଙ୍କ ମଧ୍ୟରେ ୧୪ ବର୍ଷିୟ ଜଣେ ନାବାଳକ ମଧ୍ୟ ସାମିଲ ଅଛନ୍ତି। ଏହି ଘଟଣା ଆତଙ୍କବାଦୀଙ୍କ ପ୍ରଭାବିତ ଅଞ୍ଚଳରେ ଥିବା କୁହାଯାଉଛି। ପୁଲିସ ସୂତ୍ରାନୁସାରେ , ଯୋଗେଶ ସିଂହ , ଦର୍ଶନ ସିଂହ ଓ ନାବାଳକ ବରୁଣ ସିଂହ ବୁଧବାର ସନ୍ଧ୍ୟାରେ ବିଲ୍ଲାୱର ଅଞ୍ଚଳରେ ବିବାହ ଉତ୍ସବ ପାଇଁ ଘରୁ ବାହାରି ଥିଲେ। ଏହାପର ଠାରୁ ସେମାନଙ୍କ ବିଷୟରେ କୌଣସି ଖବର ନଥିଲା।

୩ଜଣଙ୍କ ନିଖୋଜ ହେବାର ସୂଚନା ପାଇବା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇ ଥିଲା। ଏହାପରେ  ଲୋହାଇ ମଲହାର ଅଞ୍ଚଳ ପାଖରୁ ଏକ ଜଳାଶୟରୁ ୩ଜଣ ଲୋକଙ୍କ ମୃତଦେହ ମିଳିଥିଲା। ସୂତ୍ରାନୁସାରେ ଜଣାପଡ଼ିଛି ,ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ପ୍ରଭାବ ରହିଛି। ଗତ ୨ ବର୍ଷରେ ଏଠାରେ ଅନେକ ଆତଙ୍କୀ ହମଲା ହୋଇ ସାରିଛି। ଗତ ମାସରେ ମଧ୍ୟ ଏହି ଅଞ୍ଚଳରେ ଦୁଇ ଜଣ ନାଗରିକଙ୍କ ମୃତଦେହ ମିଳିଥିଲା। 

ଅନ୍ୟପଟେ , ଜମ୍ମୁ-କାଶ୍ମୀରର କଠୁଆ ଓ ରାମବନ ଜିଲ୍ଲାରେ କଡ଼ା ସାର୍ବଜନିକ ସୁରକ୍ଷା ଅଧିନିୟମ ଅନୁସାରେ ଆତଙ୍କବାଦୀଙ୍କ ୨ ସାହାଯ୍ୟକାରୀଙ୍କୁ ହେପାଜତକୁ ନିଆଯାଇଛି। ପିଏସଏ ଏକ ପ୍ରଶାସନିକ ଆଇନ ବ୍ୟବସ୍ଥା, ଯିଏ କି, କିଛି ମାମଲାରେ ବିନା ଅଭିଯୋଗ ବା ଶୁଣାଣିର ଦୁଇବର୍ଷ ଯାଏ ହେପାଜତରେ ରଖିବାର ଅନୁମତି ଦେଇଥାଏ। 

ପୁଲିସ ପ୍ରବକ୍ତା କହିଛନ୍ତି କି , କଠୁଆର ବିଲାୱର ତହସିଲର ଧନୋପରୋଲେ ନିବାସୀ ଭୁଟ୍ଟୁକୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ପିଏସଏ ଅନୁସାରେ ହେପାଜତକୁ ନିଆଯାଇଛି ଏବଂ ଉଧମପୁର ଜିଲ୍ଲା ଜେଲ୍‌ରେ ରଖାଯାଇଛ। ସେ କହିଛନ୍ତି ଅଭିଯୁକ୍ତ ଜଣେ କଟ୍ଟର ଓଜିଡବ୍ଲ୍ୟୁ ଥିଲା , ଯିଏ ଗତ ବର୍ଷ ଠାରୁ ଅବୈଧ କାର୍ଯ୍ୟକଳାପରେ ସାମିଲ ଥିଲା। ରାମବନର ଦଳବାହ-ଗୁଲ ନିବାସୀ ମଞ୍ଜୁର ଅହମ୍ମଦ ଓରଫ ଫୁରକାନକୁ ମଧ୍ୟ ରାଷ୍ଟ୍ର ବିରୋଧୀ ଓ ଅସାମାଜିକ କାର୍ଯ୍ୟକଳାପରେ ସଂପୃକ୍ତି ପାଇଁ ପିଏସଏ ଅନୁସାରେ ହେପାଜତକୁ ନିଆଯାଇଛି। 

ଗତ ବର୍ଷ ଅଗଷ୍ଟରେ ପିଏସଏ ଅନୁସାରେ ହେପାଜତକୁ ନେବା ପାଇଁ ଆବଶ୍ୟକ ମଞ୍ଜୁରୀ ପ୍ରାପ୍ତ ହେବା ପର ଠାରୁ ଅହମ୍ମଦ ଗିରଫଦାରୀ ଠାରୁ ଦୂରରେ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.