ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମଣିପୁର ହିଂସା ପରେ ନିଖୋଜ ଥିଲେ ୬ଜଣ, ଜିରି ନଦୀରୁ ମିଳିଲା ୩ ଜଣଙ୍କ ମୃତଦେହ

Published By : Anindita Ratha | November 16, 2024 12:14 PM

ନୂଆଦିଲ୍ଲୀ,୧୬/୧୧: ମଣିପୁର ହିଂସା ପରେ ନିଖୋଜ ଥିଲେ ୬ଜଣ । ୫ ଦିନ ପରେ ନଦୀରୁ ମିଳିଲା ୩ ଜଣଙ୍କ ମୃତଦେହ । ତେବେ ୨ ଜଣ ଶିଶୁ ଓ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ଜଣାପଡିଛି। ମଣିପୁରର ଜିରିବାମ ଜିଲ୍ଲାରେ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୬ ଜଣ ନିଖୋଜ ହୋଇଯାଇଥିଲେ । ଉଗ୍ରବାଦୀମାନେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଜିରି ନଦୀରୁ ଉଦ୍ଧାର ହୋଇଛି । 

ତେବେ ଅଧିକାରୀଙ୍କ କହିବାନୁସାରେ, ମୃତଦେହଗୁଡିକ ଅପହରଣ ସ୍ଥାନଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଜିରି ନଦୀରୁ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ହୋଇଥିବା ମୃତଦେହ ଅପହରଣର ଶିକାର ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଯାଞ୍ଚ ପାଇଁ ଆସାମର ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି, ଶୁକ୍ରବାର ଦିନ ମଣିପୁରର ଜିରିବାମରେ ହମାର-ମିଜୋ ସମ୍ପ୍ରଦାୟର ୧୧ ଜଣଙ୍କ ମୃତ୍ୟୁ ବିରୋଧରେ ମିଜୋରାମର ଆଇଜୱାଲରେ ଦୀପ ପ୍ରଜ୍ୱଳନ ପାଇଁ ଶହ ଶହ ଲୋକ ରାସ୍ତାରେ ଯାଇଥିଲେ। ନଭେମ୍ବର ୨ରେ ଜିରିବାମ ସହର ନିକଟସ୍ଥ ଜାୟରୱାନ ଗ୍ରାମରେ ହମାର ଆଦିବାସୀ ମହିଳାଙ୍କ ହତ୍ୟାକୁ ନିନ୍ଦା କରିବା ସହ ପ୍ରଦର୍ଶନକାରୀମାନେ ସ୍ଲୋଗାନ ଦେଇଥିଲେ।  ପଶ୍ଚିମ ଇମ୍ଫାଲ,,ଜିରିବାମରେ ଆଫସା ଲାଗୁ କରାଯାଇଛି । ୨୦୨୩ ମେ ମାସରୁ ୨ ଗୋଷ୍ଠୀର ସଂଘର୍ଷ ଯୋଗୁ ମଣିପୁରରେ ଆରମ୍ଭ ହୋଇଥିବା ମଣିପୁର ହିଂସା ଥମିବାର ନାଁ ନେଉନି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.