ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

Published By : Bijay Swain | December 11, 2024 3:29 PM

କଣାସ,୧୧/୧୨: ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବାକୁ ପଞ୍ଚାୟତ ଅନ୍ତର୍ଗତ ପାଟଯୋଶିପୁର ଗ୍ରାମରେ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହକୁ ପୋଲିସ ଜବତ କରିଛି। ମହିଳାଙ୍କର ବୟସ ୭୦ ହେବ ବୋଲି ଅନୁମାନ କରାଯାଉଛି । ବୁଧବାର ସକାଳୁ ମୃତ ଦେହଟି ଆଲୋକ ମହାପାତ୍ରଙ୍କ ଘରର ଦ୍ଵାର ମୁହଁରେ ପଡ଼ିରହିଥିଲା। ଗୋଟେ ଜାଗାରେ ରକ୍ତ ଛିଟା ପଡ଼ିଥିବା ବେଳେ ୫/୧୦ ଫୁଟ ଦୂରରେ ମହିଳାଙ୍କ ଶବ ପଡ଼ିଥିଲା। ତାଙ୍କ ମୁହଁ ଓ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଖବର ଜଣାପଡ଼ିବା  ପରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ। ଥାନାଧିକାରି ଦୁର୍ଗାଚରଣ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚିବା ସହ ଶବ ଜବତ କରି ଘଟଣାର ଛନଭିନ ଆରମ୍ଭ କରିଥିଲେ। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା। ଘଟଣା ସ୍ଥଳରୁ  କିଛି କପଡ଼ା ଓ ମାଟି ମଧ୍ୟ ଜବତ କରିଥିଲା ପୋଲିସ। 

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମହିଳା ଜଣକ ପୂର୍ବଦିନ ରାତିରେ ସେଠାରେ ଥିବା ଏକ ଦୋକାନ ପାଖରେ ବସିରହିଥିଲେ। ସେ ଅସୁସ୍ଥ ଥିବାଭଳି  ଲାଗୁଥିବା ସହ ମାନସିକ ଅନଗ୍ରସରଙ୍କ ଭଳି ଆଚରଣ କରୁଥିଲେ। ଲୋକମାନେ ତାଙ୍କୁ ଖାଇବାକୁ ଦେଇଥିଲେ ମଧ୍ୟ ସେ ଖାଇ ନଥିଲେ ।ପରେ ଦୋକାନୀ ଜଣକ ଦୋକାନ ବନ୍ଦକରି ଘରକୁ ଚାଲିଯାଇଥିଲେ। ସକାଳ ହେଲାବେଳକୁ ମହିଳାଙ୍କର ମୃତଦେହ ଘର ନିକଟରେ ପଡ଼ିରହିଥିଲା। ପୁଲିସ ଏନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚର ଉଚରା କରିଥିଲା। ପରେ ଏନେଇ ମାମଲା ରୁଜୁ କରି ପୋଲିସ ଶବ ବ୍ୟବଛେଦ ପାଇଁ ପୁରୀ ପଠାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.