PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂର କମିଲା ରାଜସ୍ୱ, ବିଦା ହେବେ ୨୦୦୦ କର୍ମଚାରୀ

ନୂଆଦିଲ୍ଳୀ, ୦୭/୦୨: ଏବି ବେ ଜାରି ରହିଛି ଛଟେଇ ପ୍ରକ୍ରିୟା। ଏହି କ୍ରମରେ ବୋଇଂ ତାର ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ବିମାନ ନିର୍ମାଣକାରୀ କମ୍ପାନୀ ଏହାର ଫାଇନାନ୍ସ ଏବଂ ମାନବ ସମ୍ବଳ ବିଭାଗରେ ଛଟେଇ କରିବାକୁ ଯାଉଛି। ଏନେଇ ସୋମବାର ଏକ ବିବୃତ୍ତିରେ କମ୍ପନୀ ସୂଚନା ଦେଇଛି। ତେବେ ଏପର୍ଯ୍ୟନ୍ତ ଚାକିରି ହରାଇବା ନେଇ ନୋଟିସ୍‌ ଦିଆଯାଇନଥିବାବେଳେ ପର୍ଯ୍ୟାୟକ୍ରମେ ଏନେଇ ସମସ୍ତଙ୍କୁ ସୂଚନା ଦିଆଯିବ ବୋଲି କହିଛି କମ୍ପାନୀ।

ଗତ ମାସରେ ୧୦ ହଜାର କର୍ମଚାରୀଙ୍କ ନିଯୁକ୍ତି କରିବା ନେଇ କମ୍ପାନୀ ଘୋଷଣା କରିଥିଲା। ଏହାପୂର୍ବରୁ ୨୦୨୨ ରେ କମ୍ପାନୀ  ୧୫ ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଥିଲା। ନିକଟରେ କମ୍ପାନୀ ଏହାର ହେଡକ୍ବାର୍ଟରକୁ ଆରଲିଙ୍ଗଟନ୍‌କୁ ସ୍ଥାନାନ୍ତର କରିଥିଲା। ୩୧ ଡିସେମ୍ବର ୨୦୨୨ ସୁଦ୍ଧା ବୋଇଂର ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୧୫୬,୦୦୦ କର୍ମଚାରୀ ରହିଛନ୍ତି । ତେବେ ଛଟେଇ ହେଉଥିବା ଚାକିରିର ଏକ ତୃତୀୟାଂଶ ଚାକିରି ଆଉଟସୋର୍ସିଂ ଟାଟା କନସଲଟେନ୍ସୀ ଇଣ୍ଡିଆକୁ ଦେବା ପାଇଁ ନିଷ୍ପତ୍ତି ନେଇଛି।   

କମ୍ପାନୀ କହିଛି ଆମର କିଛି କମ୍ପାନୀ କାର୍ଯ୍ୟ ଅପେକ୍ଷାକୃତ ଅଧିକ ବଢ଼ିଛି। ଯାହାକି କମ୍ପାନୀ ପରିଚାଳନା ପାଇଁ ଜରୁରୀ ନଥିଲା ଏବଂ ଏହା ଯୋଗୁଁ ରାଜସ୍ବ ଉପରେ ମଧ୍ୟ ପ୍ରଭାବ ପଡ଼ୁଥିଲା। ଫଳରେ ଏହାକୁ ସରଳୀକରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜଣେ ବରିଷ୍ଠ ନିର୍ଦେ୍ଦଶକ ଫ୍ରାଇଡମ୍ୟାନ୍।

ରିପୋର୍ଟ ଅନୁଯାୟୀ, କମ୍ପାନୀର ଫାଇନାନ୍ସ ବିଭାଗରୁ ୧୫୦୦ ଏବଂ ମାନବ ସମ୍ବଳ ବିଭାଗରୁ ୪୦୦ କର୍ମଚାରୀଙ୍କ ଛଟେଇ ହୋଇପାରେ। ଯାହାକି କମ୍ପାନୀର ସମୁଦାୟ କର୍ମଚାରୀଙ୍କ ୧୫ %।

ଶାସିତ ରାଜ୍ୟର ସହରରେ ସବୁଠାରୁ ଅଧିକ ତୀବ୍ରତା ଭୂକମ୍ପର ବିପଦ ରହିଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀ ମଧ୍ୟ ଜୋନ୍‌-୫ରେ ରହିଛି।

ସମ୍ବନ୍ଧିତ ଖବର