ନିଆଳି,୦୯/୧୧: ଅଣ୍ଡା ପନିପରିବା ଦର  ଆକାଶଛୁଆଁ । ଫଳରେ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତି  ପାଇଁ ଚିନ୍ତାରେ ଅଙ୍ଗନବାଡ଼ କର୍ମୀ ଓ ଶିକ୍ଷକ,  ଶିକ୍ଷୟିତ୍ରୀ । ପ୍ରତି ସ୍କୁଲରେ ମଧ୍ୟାହ୍ଣ ଭୋଜନ  ପ୍ରସ୍ତୁତି ହେଉଛି । ହେଲେ ମଧ୍ୟାହ୍ନ ଭୋଜନର  ମାନ ଦେଖି ଛାତ୍ରଛାତ୍ରୀ ମୁହଁ ଫେରାଉଥିବା  ଥିବା ଦେଖିବାକୁ ମିଳିଛି । ପନିପରିବା ଓ ଅନ୍ୟ  ସାମଗ୍ରୀର ଦର ବୃଦ୍ଧି ଯୋଗୁଁ କିଛି ସ୍କୁଲରେ  ତରକରୀ ପରିବର୍ତ୍ତେ ପିଲାମାନଙ୍କୁ ସିଝା ଅଣ୍ଡା  ଦିଆଯାଉଥିବା ଅଭିଯୋଗ ହେଉଛି । ଫଳରେ  ମଧ୍ୟାହ୍ନ ଭୋଜନଠାରୁ ଦୂରେଇ ଯାଉଛନ୍ତି  ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ନିଆଳି ବ୍ଲକ୍‌ ଶିକ୍ଷା  ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟ ସରକାରୀ  ନୀଳମଣି ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ  ମିଳୁଛି ।

ଛାତ୍ରଛାତ୍ରୀଙ୍କୁ ତରକାରୀ ବଦଳରେ  କେବଳ ସିଝା ଅଣ୍ଡା ଦିଆଯାଉଥିବା ଅଭିଯୋଗ  ହେଉଛି । ଏହି ବିଦ୍ୟାଳୟରେ ୬ଜଣ ପାଚିକା ଓ  ହେଲ୍‌ପରଙ୍କୁ ନିଯୁକ୍ତି ମିଳିଥିବା ବେଳେ ନିର୍ଦ୍ଧାରିତ  ସମୟରେ ପିଲାଙ୍କୁ ଅଣ୍ଡା ଛଡ଼େଇ ଦିଆଯାଉ  ନାହିଁ । ଏନେଇ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ  ପଚାରିବାରୁ ରୋଷେୟାଙ୍କ ମନମର୍ଜି ଯୋଗୁଁ  ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତ