ରାଉରକେଲା, ୩୦।୬ : ସିବିଆଇ ପରିଚୟ ଦେଇ ୧୪ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ରାଉରକେଲା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ୨ ସାଇବର ଠକକୁ ମୁମ୍ବାଇରୁ ପୁଲିସ ଗିରଫ କରିଛି। ସେମାନେ ହେଲେ ମୁମ୍ବାଇର ନୟନ ଲଳିତ ନାଥୱାନି ଓ ଧବଲ ପ୍ରସାଦ ପାଣ୍ଡିୟା ।

ସେକ୍ଟର ୧୯ ଚର୍ଚ୍ଚ ବିଶପ କିଶୋରଙ୍କୁ ଭିଡିଓ କଲରେ ସିବିଆଇ ପରିଚୟ ଦେଇଥିଲେ। ତାଙ୍କୁ ଡିଜିଟାଲ ଆରେଷ୍ଟ୍ ରେ ଧମକ ଦେଇ ଅନ ଲାଇନରେ ଲୁଟି ନେଇଥିଲେ ୧୪ ଲକ୍ଷ ୩୬ହଜାର ଟଙ୍କା । ପରେ କିଶୋର ଏହା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ରାଉରକେଲା ପୋଲିସ ତଦନ୍ତ କରି ମୁମ୍ବାଇ ର ନୟନ ଲଳିତ ନାଥୱାନି ଓ ଧବଲ ପ୍ରସାଦ ପାଣ୍ଡିୟା ଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ସେମାନଙ୍କ ଠାରୁ ଦୁଇଟି ସ୍ମାର୍ଟ ଫୋନ୍ ଜବତ ହୋଇଛି । ଗିରଫ ଦୁଇ ଜଣଙ୍କ ନାଁରେ ବିଭିନ୍ନ ରାଜ୍ୟରେ ପୂର୍ବରୁ ୮ଟି ସାଇବର୍ କ୍ରାଇମ୍ ରେକର୍ଡ ରହିଛି। ଏହି ଘଟଣାରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ଅଛି ତାହା ତଦନ୍ତ କରୁଛି ରାଉରକେଲା ପୋଲିସ ।

ଆହୁରି ପଢନ୍ତୁ : ଜୁଲାଇ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରି ଟେଷ୍ଟ ଆରମ୍ଭ