PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଗୁରୁପୂର୍ଣ୍ଣିମା ଅବସରରେ ହରିଦ୍ବରରେ ବେଲବମ୍ ଶ୍ରଦ୍ଧାଳୁଙ୍କ ଭିଡ , ବୁଧବାର ଠାରୁ ଆରମ୍ଭ ହେବା ବୋଲବମ୍

ହରିଦ୍ବାର ୧୭/୬ :-  ଶ୍ରାବଣ ମାସରେ ବୋଲବମ୍‌ ଯାତ୍ରା ଆସନ୍ତା ୧୭ ତାରିଖରେ  ଆରମ୍ଭ  ହେବାକୁ ଯାଉଛି । ସେଥିପାଇଁ ହରିଦ୍ବାରରେ  ଶିବଭକ୍ତ ମାନେ  ଆସିବାରେ ଲାଗିଲେଣି ।  ଆଜି ଗୁରୁପୂର୍ଣ୍ଣିମା ହୋଇଥିବାରୁ ଅନେକ ଶ୍ରଦ୍ଧାଳୁ ମାନେ ଗଙ୍ଗାନଦୀରୁ ପାଣି  କଳସରେ  ନେଇ  ନିଜ ନିଜ ଅଞ୍ଚଳର ଶୈବ ପିଠ ମାନଙ୍କରେ  ଜଳ ଅଭିଷେକ କରିପାଇଁ  ଚାଲି ଚାଲି ଯାତ୍ରା ଆରମ୍ଭ କରିବୋ

ଜୁଲାଇ ୩୦ତାରିଖର  ପ୍ରଥମ ସୋମବାରରେ ଜଳ ଅଭିଷେକ କରିବେ ଭକ୍ତ

    ବୋଲବମ୍‌ ଭକ୍ତ ମାନେ ନିଜର ମାନସିକ ପୂରଣ ପାଇଁ ୩୦୦ରୁ ୪୦୦ କିଲୋମିଟର ରାସ୍ତା ଚାଲି ଚାଲି ଯାଇଥାନ୍ତି  ।  ବୋଲବମ୍ ଯାତ୍ରୀ ମାନେ ଜଙ୍ଗଲ ପାହାଡ ପର୍ବତ ଅତିକ୍ରମ କରିବାସହ  ଶୈବ ପିଠ ମାନଙ୍କରେ ପହଞ୍ଚିବା ପରେ ଗଙ୍ଗାନଦୀରୁ  ଆଣିଥିବା ପବିତ୍ର ଜଳକୁ ଶିବଲିଙ୍ଗ ଉପରେ ଜଳ  ଅଭିଷେକ କରିଥାନ୍ତି । ବୋଲବମ୍ ଯାତ୍ରୀଙ୍କ ସୁରକ୍ଷା ପାଇଁ   ୧୦୦୦୦ ହଜାର  ପୋଲିସ କର୍ମଚାରି ମାନଙ୍କୁ ନିୟୋଜନ କରାଯିବା ସହ   ପ୍ରଶାସନ ପକ୍ଷରୁ ବ୍ୟପକ ବନ୍ଦବସ୍ତ କରାଯାଇଛିା