ଆରଟିଓ ଅଫିସ ଛକରେ ହିଟ୍ ଆଣ୍ଡ ରନ୍ ଘଟଣା : “ହତ୍ୟାକାରୀ କେବେ ଆହତ ହୁଏ ?’

ବଲାଙ୍ଗିର,୨୩/୦୫: ହସ୍ପିଟାଲରୁ ୱାଲଟିୟର ଯାଉଥିଲି, ଅଧା ବାଟରେ ପୁଲିସ ଅଟକାଇ ଆଗକୁ ଯିବାକୁ ମନା କରିଥିଲା ଏବଂ ବଲାଙ୍ଗିର ଚାଲିଆସିଥିଲୁ । ଯଦି ଜମି ବିବାଦ ଥାନ୍ତା, ତାହେଲେ ଏହାକୁ ନେଇ ଥାନା, କୋର୍ଟରେ ମାମଲା ଥାଆନ୍ତା । ଜମି ବିବାଦ ନାଁରେ ରଙ୍ଗ ଦିଆଯାଉଛି । ମିନିଟ୍ରକକୁ ଭଡ଼ାରେ ଅଣାଯାଇଛି ।
ଶନିବାର ସୁଦପଡାରୁ ଟାଇଲ ଆଣିବାକୁ ଯିବାର ଥିଲା । ଯେହେତୁ ଶନିବାର ଥିଲା ଏବଂ ମାର୍କେଟ ବନ୍ଦ ହୋଇଯାଇଥାନ୍ତା । ତେଣୁ ଶୀଘ୍ର ଯିବାକୁ ବାହାରିବା ସମୟରେ ଦୁର୍ଘଟଣା ଘଟିଥିଲା । ମିନିଟ୍ରକରେ ଡ୍ରାଇଭର ସମେତ ନିଜେ ଏବଂ ପୂର୍ଣ୍ଣଚନ୍ଦ୍ର ନନ୍ଦ ଥିଲେ । ମୁଁ ମିନିଟ୍ରକ ଚଳାଇବା ଜାଣିନାହିଁ କିମ୍ବା ସେଥିରେ ତାଙ୍କର ହାତର ଚିହ୍ନ ବି ବାହାରିବ ନାହିଁ ବୋଲି କହିଛନ୍ତି । ଯାହାର ମୃତ୍ୟୁ ହୋଇଛି ମୁଁ ତାଙ୍କୁ ଜାଣିନାହିଁ । ସୋନୁ ସହିତ ପଡୋଶୀ ଭାବରେ ସାମାନ୍ୟ ମତାନ୍ତର ଥିଲା ଯେଉଁ ଜମି ଦେଣନେଣର କଥା ଉଠିଛି । ତାହା ସମ୍ପୂର୍ଣ୍ଣ ଇଡକୋ ଜମି ଅଟେ । ତାହା କେହି ଚାହିଁଲେ ମଧ୍ୟ ମନଇଚ୍ଛା ଅକ୍ତିଆର କରିପାରିବ ନାହିଁ । ଦୁର୍ଘଟଣାରେ ମୋର କିଛି ସମ୍ପୃକ୍ତି କିଛି । ହତ୍ୟାକାରୀ କେବେ ଆହତ ହୁଏ କି ବୋଲି ସେ ପ୍ରଶ୍ନ କରିଥିଲେ ।