PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଅପଡେଟ୍ ବାହାନାରେ ଅଭିନେତାଙ୍କ ବ୍ୟାଙ୍କ୍ ଖାତାରୁ ଉଡାଇ ନେଇଥିଲେ ୪.୩୬ ଲକ୍ଷ ଟଙ୍କା, ଅଭିଯୁକ୍ତ ଗିରଫ

ମୁମ୍ବାଇ ୨୪/୧୧: ନିକଟରେ ବଲିଉଡ୍ ଅଭିନେତା ଅନ୍ନୁ କପୁର ଠକେଇର ଶିକାର ହୋଇଥିଲେ। ବ୍ୟାଙ୍କ KYC ବିବରଣୀ ଅପଡେଟ୍ କରିବା ବାହାନାରେ ଜଣେ ବ୍ୟକ୍ତି ଅଭିନେତାଙ୍କ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ବର୍ତ୍ତମାନ ଏହି ମାମଲାରେ ଜଣେ ୨୮ ବର୍ଷର ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ମୁମ୍ବାଇର ଆନ୍ଧେରିରୁ ପ୍ରାୟ ଦୁଇମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଆଶିଷ ପାସୱାନ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଦୁଇଟି ମୋବାଇଲ୍ ଫୋନ୍ ଏବଂ କିଛି ଡକ୍ୟୁମେଣ୍ଟ୍ ଜବତ କରିଛି। ବ୍ୟାଙ୍କ୍ ଏବଂ ପୋଲିସର ତୀବ୍ର କାର୍ଯ୍ୟାନୁଷ୍ଠାନ ପରେ ୩.୦୮ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି।

ଖବର ଅନୁଯାୟୀ, କିଛି ମାସ ପୂର୍ବେ ଜଣେ ବ୍ୟକ୍ତି ଅନ୍ନୁ କପୁରଙ୍କୁ ଫୋନରେ ଜଣାଇଥିଲେ ଯେ ତାଙ୍କର KYC ଅପଡେଟ୍ ହୋଇନାହିଁ। ଏହା ପରେ ସେ ଅଭିନେତାଙ୍କୁ ବ୍ୟାଙ୍କ ଡିଟେଲ୍ସ ଏବଂ ଓଟିପି ସେୟାର କରିବାକୁ କହିଥିଲେ। ଅନ୍ନୁ ତାଙ୍କୁ ବ୍ୟାଙ୍କର ଜଣେ କର୍ମଚାରୀ ଭାବି ସମସ୍ତ ସୂଚନା ସେୟାର କରିଥିଲେ। ଏହା ପରେ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠାଇ ନିଆଯାଇଥିଲା। ବ୍ୟାଙ୍କର କଷ୍ଟମର କେୟାର ଠାରୁ ଫୋନ୍ ଆସିବା ପରେ ଅଭିନେତା ଏହା ବିଷୟରେ ଜାଣିଥିଲେ। ପରେ ସେ ଓସିୱାରା ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅନ୍ନୁ କପୁର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି | ତାଙ୍କୁ ୨୦୨୧ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଚେହେରେ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଇମ୍ରାନ୍ ହାଶ୍ମୀ ଏବଂ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ। ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଅଭିନେତା ଖୁବ୍ ଶୀଘ୍ର ‘ହମ୍ ଦୋ ହମାରା ବାରହ’ ଏବଂ ‘ସବ ମୋହ ମାୟା ହୈ’ ରେ ନଜର ଆସିବେ।