ହାର୍ଲେ ଚଲାଉଥିବା ଏହି ଅଭିନେତାଙ୍କୁ ଜାଣିଛନ୍ତି କି ? ବାଇକର ଦାମ୍ ୩୫ ଲକ୍ଷ…

ମୁମ୍ବାଇ ୬/୧୨: ହାର୍ଲେ ଡେଭିଡସନ୍ ବାଇକ୍ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଫେମସ୍ । ଅନେକ ସେଲିବ୍ରିଟି ମଧ୍ୟ ଏହି କମ୍ପାନୀର ବାଇକ୍ ବ୍ୟବହାର କରନ୍ତି । ଭାରତରେ ମଧ୍ୟ ହାର୍ଲେ ବାଇକର ଅଲଗା ଦିୱାନଗୀ ରହିଛି । ବଲିଉଡର ଅନେକ ଷ୍ଟାର୍ ଏହି କମ୍ପାନୀର ବାଇକ କିଣିସାରିଛନ୍ତି । ନିକଟରେ ବଲିଉଡ ଆକ୍ଟର ପ୍ରତୀକ ବବ୍ବରଙ୍କୁ ହାର୍ଲେ ଡେଭିଡସନ୍ ବାଇକ୍ ଚଲାଉଥିବାର ଦେଖିବାକୁ ମିଳିଛି । ସେ ବାନ୍ଦ୍ରାରେ ବାଇକ ସହିତ ସ୍ପଟ୍ ହୋଇଛନ୍ତି । ତାଙ୍କ ବାଇକ୍ ଯେତିକି ଦମଦାର ତାଠୁ ଅଧିକ ତାଙ୍କ ହେଲମେଟ୍ ଦମଦାର ନଜର ଆସୁଛି । ହେଲମେଟର ଡିଜାଇନ୍ ଘୋଷ୍ଟ ରାଇଡର ଭଳି ହୋଇଛି ।

ବ୍ଲାକ୍ କଲରର ଏହି ବାଇକରେ ଅନେକ ଏଲିମେଣ୍ଟ ଏମିତି ଅଛି ଯାହା ବହୁତ ଆକର୍ଷକ । ଏଥିରେ ଚଉଡା ଟାୟାର, ଡୁଆଲ ଟିପ୍ ଏଗଜଷ୍ଟ, ସିଙ୍ଗଲ ସିଟ୍ ଅପ୍ସନ ଏବଂ ବହୁତ କମ୍ପାକ୍ଟ ହେଡଲାଇଟ୍ ଦିଆଯାଇଛି । ଏହାର ହ୍ୟାଣ୍ଡେଲବାର ଏବଂ ଫୁଟରେଷ୍ଟ ଏକ କ୍ରୁଜର ବାଇକର ଲୁକ୍ ମିଳିଥାଏ । ବାସ୍ତବରେ ଏହା ଏକ ହାର୍ଲେ-ଡେଭିଡସନ୍ ସ୍ପୋର୍ଟସଟର-ଏସ ବାଇକ୍ ଯାହାକୁ କଷ୍ଟମାଇଜ୍ କରାଯାଇଛି । ଏହାର ଦାମ୍ ପ୍ରାୟ ୩୫ ଲକ୍ଷ ଟଙ୍କା । ପ୍ରତୀକ ବବ୍ବର ପ୍ରାୟତଃ ନିଜ ବାଇକରେ ମୁମ୍ବାଇରେ ବୁଲୁଥିବା ନଜର ଆସନ୍ତି ।

ଏକ ଇନଷ୍ଟାଗ୍ରାମରେ ସେ କହିଥିଲେ କି ଏହି ବାଇକକୁ କିଣିବା ପାଇଁ ତାଙ୍କୁ ୨୦ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ସେ ଲେଖିଥିଲେ କି ‘ଯେତେବେଳେ ମୁଁ ଏହି ବାଇକର ସ୍ପପ୍ନ ଦେଖିଥିଲେ ସେତେବେଳେ ମୋତେ ୧୫ ବର୍ଷ ହୋଇଥିଲା ଏବଂ ଏହି ସ୍ୱପ୍ନକୁ ପୁରା କରିବା ପାଇଁ ମୋତେ ୨୦ ବର୍ଷ ଲାଗିଗଲା ।’ ଏଥିରେ ୧୨୫୨ ସିସି ଭି-ଟ୍ୱିନ୍ ଇଞ୍ଜିନ୍ ଦିଆଯାଇଛି ଯାହା ୧୨୧ ବିଏଚପି ପାୱର ଏବଂ ୧୨୭ ଏନଏମ ପିକ୍ ଟର୍କ ଜେନେରେଟ୍ କରିଥାଏ । ବାଇକର ଓଜନ ୨୨୮ କେଜି ଏବଂ ଏହାର ଫ୍ୟୁଲ ଟ୍ୟାଙ୍କର କ୍ଷମତା ୧୧ ଲିଟର ।