ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଅଭିନେତ୍ରୀ ହୁମା କୁରେସୀଙ୍କ ଭାଇକୁ ହତ୍ୟା, ପାର୍କିଂକୁ ନେଇ ହୋଇଥିଲା ବିବାଦ

Published By : Ankita S | August 8, 2025 8:00 AM

ନୂଆଦିଲ୍ଲୀ,୦୮/୦୮: ରାଜଧାନୀରେ ହତ୍ୟାକାଣ୍ଡ । ଦିଲ୍ଲୀ ନିଜାମୁଦ୍ଦିନରେ ବଲିଉଡ଼ ଅଭିନେତ୍ରୀ ହୁମା କୁରେସୀଙ୍କ ସମ୍ପର୍କୀୟ ଭାଇକ ହୁତ୍ୟା କରାଯାଇଛି । ପାର୍କିଂକୁ ନେଇ ବିବାଦ ହୋଇଥିବା ଏତେ ବଢ଼ି ଯାଇଥିଲା ଯେ ହୁମାଙ୍କ ଭାଇ ଆସିଫ୍ କୁରେଶୀଙ୍କୁ ୨ଜଣ ହତ୍ୟା କରିଛନ୍ତି । ଜଣେ ବ୍ୟକ୍ତି ଆସିଫ୍‌ଙ୍କ ଘର ବାହାରେ ତାଙ୍କ ସ୍କୁଟି ପାର୍କ କରିଥିଲେ । ଆସିଫ୍ ତାଙ୍କୁ ସ୍କୁଟି ହଟାଇବାକୁ କହିଥିଲେ, ସେତେବେଳେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ କଥା ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଛି । ଆସିଫ୍ କୁରେଶୀଙ୍କ ସ୍ତ୍ରୀ କହିଛନ୍ତି ଯେ, ସାମାନ୍ୟ କଥାକୁ ନେଇ ଅଭିଯୁକ୍ତ ନିର୍ମମ ଭାବରେ ଅପରାଧ ଘଟାଇଛନ୍ତି । ପୂର୍ବରୁ ମଧ୍ୟ ପାର୍କିଂ ବିବାଦକୁ ନେଇ ମୋ ସ୍ୱାମୀଙ୍କ ସହ ସେମାନଙ୍କର ଝଗଡ଼ା ହୋଇଥିବା କହିଛନ୍ତି ଆସିଫ୍‌ଙ୍କ ପତ୍ନୀ ।

ଆସିଫ୍‌ଙ୍କ ପତ୍ନୀ ଆହୁରି କହିଛନ୍ତି, ''ମୋ ସ୍ୱାମୀ କାମରୁ ଘରକୁ ଫେରିବା ପରେ, ଘର ସାମ୍ନାରେ ପଡ଼ୋଶୀଙ୍କ ସ୍କୁଟି ପାର୍କିଂ କରାଯାଇଥିଲା । ସେ ପଡ଼ୋଶୀଙ୍କୁ ଏହାକୁ ହଟାଇବାକୁ କହିଥିଲେ । କିନ୍ତୁ ସ୍କୁଟି ହଟାଇବା ପରିବର୍ତ୍ତେ ପଡ଼ୋଶୀ ତାଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ ।   ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ।''

ଦୁଇ ଅଭିଯୁକ୍ତଙ୍କୁ ଗିରଫ- ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାମଲାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ ହୋଇଛି। ପୁଲିସ୍ ଅଧିକାରୀ କହିଛନ୍ତି ଯେ, ନିଜାମୁଦ୍ଦିନ ଥାନା ଅଞ୍ଚଳର ଜଙ୍ଗପୁରା ଭୋଗଲ ବଜାର ଲେନରେ ପାର୍କିଂ ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା।  ରାତି ପ୍ରାୟ ୧୧ଟା ସମୟରେ, ଗେଟ୍ରୁ ସମ୍ମୁଖରୁ ସ୍କୁଟି କାଢି ପାର୍କ କରିବା ପାଇଁ ବିବାଦକୁ ନେଇ ଅଭିଯୁକ୍ତ ଆସିଫ୍ କୁରେଶୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୁରୁତର ଆହତ ଆସିଫ୍‌ଙ୍କୁ  ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.