PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଭାଇରାଲ ହେଲା ବଲିଉଡ ସେଲିବ୍ରିଟିଙ୍କ ଓଲ୍ଡ ଏଜ୍ ଲୁକ୍, ରଣବୀର-ଦୀପିକାଙ୍କ ଫଟୋ ଜିତିଲା ହୃଦୟ

ମୁମ୍ବାଇ ୧୭/୭: ଏବେ ସୋସିଆଲ ମିଡିଆରେ ଅଲଗା ଅଲଗା ଚାଲେଞ୍ଜ ଚାଲିଛି । କେଉଁଠି କିକି ଚାଲେଞ୍ଜ ତ ଅନ୍ଯ କେଉଁଠି ବୋଟଲ୍ କ୍ଯାପ୍ ଚାଲେଞ୍ଜ  । ଏହି ଚାଲେଞ୍ଜକୁ ପୁରା କରିବା ପାଇଁ ବଲିଉଡ ତାରକା ମଧ୍ୟ ପଛରେ ପଡିନାହାଁନ୍ତି । ନିକଟରେ ବଲିଉଡରେ ବୋଟଲ କ୍ୟାପ୍ ଚାଲେଞ୍ଜ ଧୁମ୍ ମଚାଇଥିଲା, ଆଉ ଏବେ ଓଲ୍ଡ ଏଜ୍ ଲୁକ୍ ଫଟୋ ଚାଲେଞ୍ଜ ଚାଲିଛି । ଏହି ଫଟୋ ଦେଖି ସମସ୍ତେ ଖୁସି ହେବା ସହ କିଛି ଲୋକ ଆଶ୍ଚର୍ଯ୍ଯ ମଧ୍ଯ ହେଉଛନ୍ତି । କିଛି ଦିନ ତଳେ କ୍ରିକେଟରଙ୍କ ବୃଦ୍ଧ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଆଉ ଏବେ ବଲିଉଡର କିଛି ଅଭିନେତା ଓ ଅଭିନେତ୍ରୀଙ୍କ ଓଲ୍ଡ ଏଜ୍ ଲୁକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବୁଠୁ ଅଧିକ ଭାଇରାଲ ହେଉଛି ରଣବୀର ଓ ଦୀପିକାଙ୍କ ଯୋଡି ଫଟୋ ।

ଏହି ଚାଲେଞ୍ଜକୁ ପୁରା କରିବା ପାଇଁ ବରୁଣ ଧୱନ୍ ନିଜର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅର୍ଜୁନ୍ କପୁର ମଧ୍ୟ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ।

View this post on Instagram

Old age hit me like .. ?

A post shared by Arjun Kapoor (@arjunkapoor) on

ତେବେ ରଣବୀର ଓ ଦୀପିକା ଏହି ଚାଲେଞ୍ଜକୁ ପୂରା କରିଛନ୍ତି । ଉଭୟ ନିଜ ବିବାହ ସମୟରେ ଏକ ଫଟୋକୁ ଓଲ୍ଡ ଏଜ୍ ଲୁକରେ କନଭର୍ଟ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୬୦ ବର୍ଷ ବୟସରେ ମଧ୍ୟ ଉଭୟ ଖୁବ୍ ସୁନ୍ଦର ଆଉ ରୋମାଣ୍ଟିକ୍ ଯୋଡି ଲାଗୁଛନ୍ତି ।

View this post on Instagram

❤perfect

A post shared by RANVEERSINGH (@ranveersingh_updates) on

ସମ୍ବନ୍ଧିତ ଖବର