ଭୁବନେଶ୍ବର, ୨୫/୧୧: ସ୍ୟାଣ୍ଡ ଆନିମେନସନରେ ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର ଦେଓ୍ବଲଙ୍କୁ ଶ୍ରଦ୍ଧାଞ୍ଜଳି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ୍ ଆନିମେସନ ମାଧ୍ୟମରେ ବଲିଉଡର ହି-ମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ବାଲୁକା ଆନିମେସନକୁ ପୁରୀରେ ଥିବା ତାଙ୍କ ସ୍ୟାଣ୍ଡ୍ ଆନିମେସନ ଷ୍ଟୁଡିଓରେ ପ୍ରସ୍ତୁତ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ବାଲୁକା ସ୍ୟାଣ୍ଡ୍ ଆନିମେସନକୁ ପ୍ରସ୍ତୁତ ପାଇଁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା ।  ଏଥିରେ ସେ ବର୍ଷିୟାନ ଆକ୍ଟର ସ୍ବର୍ଗତ ଧର୍ମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ଏଥିରେ ‘Tribute to Dharamji and Icon of Generation’ ରେ ବାର୍ତ୍ତା ଦେଇଛନ୍ତି ।