ନୂଆଦିଲ୍ଲୀ,୨୭/୧୨; ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ । କେହି ତାଙ୍କୁ ଭାଇଜାନ୍ କୁହନ୍ତି ତ ପୁଣି କିଏ ତାଙ୍କୁ ଦବଙ୍ଗ । ୬୦ ବର୍ଷ ବୟସରେ ପାଦ ଥାପିଛନ୍ତି ସୁପରଷ୍ଚାର ସଲମାନ ଖାନ୍ । ଜନ୍ମଦିନରେ ମୁମ୍ବାଇ ବାନ୍ଦ୍ରା ଆଗରେ ପ୍ରଂଶସକଙ୍କ ଭିଡ଼ । ଜନ୍ମଦିନରେ ସଜେଇ ହୋଇଛି ବାନ୍ଦ୍ରା ବଲି ରାସ୍ତା । ୪ ଦଶନ୍ଧୀ ଧରି ବଲିଉଡ଼ରେ କରି ଆସୁଛନ୍ତି ରାଜ । ଜନ୍ମଦିନ ପାର୍ଟିରେ ବହୁ କଳାକାର, ସିଙ୍ଗର ଯୋଗ ଦେଇଛନ୍ତି । ପାର୍ଟିରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀ ମଧ୍ୟ ନଜର ଆସିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଭାଇଜାନ୍ଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଛନ୍ତି ମୁମ୍ବାଇରେ ନୁହେଁ ବରଂ ତାଙ୍କ ପାନଭେଲ ଫାର୍ମହାଉସରେ ୬୦ତମ ଜନ୍ମଦିନ ପାଳନ କରିଛନ୍ତି ଭାଇଜାନ୍ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ପାର୍ଟିରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି । ଅନେକ ସେଲିବ୍ରିଟିମାନେ ମଧ୍ୟ ଭାଇଜାନଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।
୧୯୬୫ ମସିହା ଡିସେମ୍ବର ୨୭ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ ଖାନ୍ । ୧୯୮୮ରେ ଅଭିନୟ ଜଗତରେ ଏଣ୍ଟ୍ରୀ କରିଥିଲେ ସଲମାନ ଖାନ୍ । 'ବିୱି ହୋ ତୋ ଏସି'ରେ ସପୋର୍ଟିଂ ରୋଲ୍ କରିଥିଲେ ସଲମାନ । ଏହାପରେ ୧୯୮୯ରେ ସୁରଜ ବରଜତିଆଙ୍କ 'ମେନେ ପ୍ୟାର କିୟ୍ୟା'ରେ ଲିଡ୍ ରୋଲ କରିଥିଲେ । ବେଷ୍ଟ ଡେବ୍ୟୁ ପାଇଁ ତାଙ୍କୁ ଏ ଫିଲ୍ମ ନେଇ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଭେଟି ଦେଇଥିଲେ । ସାଜନ, ହମ୍ ଆପକେ ହେ କୌନ, ହମ ସାଥ ସାଥ ହୈ, କରନ-ଅର୍ଜୁନ, ବିୱି ନମ୍ୱର ୱାନ ପରି ଫିଲ୍ମରେ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ୱାଣ୍ଟେଡ, ଦବଙ୍ଗ, ରେଡ୍ଡୀ, ବଡ଼ିଗାର୍ଡ, ଏକ୍ ଥା ଟାଇଗର, କିକ୍, ଟାଇଗର ଜିନ୍ଦା ହୈ, ବଜରଙ୍ଗୀ ଭାଇଜାନ୍ରେ ଦମଦାର ଅଭିନୟ କରିଥିଲେ ଭାଇଜାନ୍ ସଲମାନ ଖାନ୍ ।
ଶାହରୁଖଙ୍କ ପରି ଥାନ୍ତା ଆଇପିଏଲ୍ ଟିମ୍- କ’ଣ ଆପଣ ଜାଣନ୍ତି କି ସଲମାନଙ୍କୁ ମଧ୍ୟ ଏକ IPL ଦଳ ମାଲିକ ହେବାର ପ୍ରସ୍ତାବ ମିଳିଥିଲା, କିନ୍ତୁ ସେ ମନା କରିଦେଇଥିଲେ । ତାଙ୍କର ବି ଶାହରୁଖ ଖାନଙ୍କ କେକେଆର ପରି ଟିମ୍ ଥାନ୍ତା ହେଲେ ସେ ଚାହିଁନଥିଲେ । ସଲମାନ ନିକଟରେ ଏକ କାର୍ଯ୍ୟକ୍ରମରେ ଏହା ନେଇ ପ୍ରତିକ୍ରିୟା ରଖିଥିଲେ । ୨୦୦୮ ମସିହାରେ ପୂର୍ବତନ IPL ପ୍ରତିଷ୍ଠାତା ଲଳିତ ମୋଦି ତାଙ୍କୁ ଏକ ଦଳ କିଣିବାର ସୁଯୋଗ ଦେଇଥିଲେ, କିନ୍ତୁ ସେ ମନା କରି ଦେଇଥିଲେ ।