ପ୍ରମୂଖ ଖବର
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ କଲା ଭାଇ, ଡିନା ମାଇଟ୍ ପକାଇ ଉଡ଼ାଇ ଦେବାକୁ ଦେଇଥିଲେ ଧମକ

Published By : Swapna Ray | June 7, 2025 10:35 AM

କଟକ, ୭।୬: ସହଂଗା ଗୋପାଳପୁର ଗାଁର ଗୋଲଖ ଜେନାଙ୍କ ଘର ଉପରକୁ ୨ଟି ବୋମା ମାଡ଼ । ରାତିରେ ଶୋଇଥିବା ବେଳେ ଏହି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ଘରର ଝରକା କବାଟ ଭାଙ୍ଗି ଚାରିଆଡ଼େ ପଡ଼ି ରହିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ବୋମା ମାଡ଼ ହୋଇଥିବା ଅଭିଯୋଗ । ରାତି ଅଧରେ ବୋମା ମାଡ଼ କରି ଦୃର୍ବୁତ୍ତ ଫେରାର ହୋଇଯାଇଛନ୍ତି । ଗୋଲଖ ଜେନାଙ୍କ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ରତାଗଡ଼ ଗୋବିନ୍ଦପୁର ପଞ୍ଚାୟତର ସହଙ୍ଗା ଗୋପାଳପୁର ଗ୍ରାମର ଗୋଲଖ ଜେନାଙ୍କର ତାଙ୍କ ଭାଇ ଆଳୀ କୁଟୁମ୍ବ ଦେବରାଜ ଜେନାଙ୍କ ସହ ଝଗଡ଼ା ହୋଇଥିଲା । ଦେବରାଜ ଜେନା ଶୁକ୍ରବାର ସକାଳେ ଗୋଲଖ ଜେନାଙ୍କ ବାଉଁଶ ବୁଦାରୁ ବାଉଁଶ କାଟିଥିଲେ । ଗୋଲଖ ମନା କରିବା ପରେ ଦେବରାଜ ତାଙ୍କୁ ଖଣ୍ଡା ଧରି ହାଣିବାକୁ ଗୋଡ଼ାଇଥିଲେ । ଏମିତି କି ଡିନା ମାଇଟ୍ ପକାଇ ଉଡ଼େଇ ଦେବି ବୋଲି ଧମକ ଦେଇଥିଲେ । ଏନେଇ ଅଭିଯୋଗ କରିଛନ୍ତି ଗୋଲଖ । ପୂର୍ବ ବର୍ଷ ଗଛ କଟାକୁ ନେଇ ମଧ୍ୟ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା ।

ଗତ ବିଳମ୍ବିତ ରାତିରେ ଗୋଲଖଙ୍କ ପୁତୁରା ଶୋଇଥିବା ବେଳେ ରାତି ଗୋଟାଏରେ ଘର ଝରକାକୁ ବୋମା ମାଡ଼ ହୋଇଛି । ଫଳରେ ଘର ଝରକା କବାଟ ଭାଙ୍ଗିଯାଇଛି । ପରେ ଏନେଇ ଗୋଲଖ ବାଙ୍କୀ ପୁଲିସ୍‌କୁ ଅଭିଯୋଗ କରିଥିଲେ । ବାଙ୍କୀ ଥାନା ଆଇଆଇସି ପହଞ୍ଚି ତଦନ୍ତ ଚଳାଇଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.