ନୂଆଦିଲ୍ଲୀ: ଦିଲ୍ଲୀର ସ୍କୁଲ, କଲେଜ ଏବଂ ବିମାନବନ୍ଦର ସମେତ କିଛି ସାର୍ବଜନୀନ ସ୍ଥାନକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ଯିଏ ଏହି ବୋମା ଧମକ ଦେଇଛି, ସେ ନିଜକୁ ଏକ ଆତଙ୍କବାଦୀ ଗୋଷ୍ଠୀ ବୋଲି ଦାବି କରିଛିମେଲ୍ ପଠାଇଥିବା ବ୍ୟକ୍ତି ନିଜ ଗୋଷ୍ଠୀର ନାମ ଟେରରାଇଜ୍ ୧୧୧ ବୋଲି କହିଛି । ଏହି ଇମେଲ୍ ୧୦୦ ରୁ ୧୫୦ ଇମେଲ୍ ଠିକଣାକୁ ପଠାଯାଇଛି । ଏବେ ଏହି ଧମକର ତଦନ୍ତ କରାଯାଉଛି।

ରିପୋର୍ଟ ହୋଇଛି ଯେ ବିମାନବନ୍ଦର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକ ଧମକପୂର୍ଣ୍ଣ ଇମେଲ୍ ପାଇବା ମାତ୍ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ (BDS) ଏବଂ ସନ୍ଧାନୀ କୁକୁର ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । ବିମାନବନ୍ଦରରେ ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି

ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ଅନୁଯାୟୀ, ରବିବାର ସକାଳେ ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ ଇମେଲ୍ ମିଳିଥିଲା, ଯାହା ତଦନ୍ତ ପରେ ମିଥ୍ୟା ପ୍ରମାଣିତ ହୋଇଛିଆଉ ଏହି ସ୍କୁଲ ଗୁଡ଼ିକ ହେଉଛି ଦ୍ୱାରକାରେ CRPF ପବ୍ଲିକ୍ ସ୍କୁଲ ଏବଂ କୁତୁବ ମିନାର ନିକଟରେ ସର୍ବୋଦୟ ବିଦ୍ୟାଳୟ।

ଅଧିକାରୀ କହିଛନ୍ତି, "ସମ୍ପୃକ୍ତ ସ୍କୁଲ ଗୁଡ଼ିକରେ ତଲାସ କରିବା ପାଇଁ ପୋଲିସ ଦଳ, ଅଗ୍ନିଶମ କର୍ମଚାରୀ ଏବଂ ବୋମା ନିଷ୍କ୍ରିୟକାରୀ ୟୁନିଟ୍ ତୁରନ୍ତ ନିୟୋଜିତ କରାଯାଇଥିଲା। ତଥାପି, କିଛି ସନ୍ଦେହଜନକ ମିଳିଲା ନାହିଁ।"

ତେବେ ଦିଲ୍ଲୀ ପୂର୍ବରୁ ମଧ୍ୟ ସମାନ ବୋମା ଧମକ ପାଇସାରିଛି। କାର୍ଯ୍ୟ ଦିବସରେ ଅନେକ ଥର ସ୍କୁଲ ଏବଂ ଅନ୍ୟାନ୍ୟ ସୁବିଧାକୁ ବୋମା ମାଡ଼ କରିବାକୁ ଧମକ ମିଳିଛି, ଯାହା ଜାତୀୟ ରାଜଧାନୀରେ ଆତଙ୍କ ସୃଷ୍ଟି କରିଛି। ତଥାପି, ତଦନ୍ତ ପରେ, ଅଧିକାଂଶ ମାମଲା ମିଥ୍ୟା ବୋଲି ଜଣାପଡ଼ିଛି। ଦିଲ୍ଲୀ ବ୍ୟତୀତ ଜୟପୁର, ମୁମ୍ବାଇ ଏବଂ କୋଲକାତାରେ ମଧ୍ୟ ବୋମା ମାଡ଼ ଧମକ ରିପୋର୍ଟ ହୋଇଛି।