ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ବୋମା ବିସ୍ଫୋରଣ ଧମକ, ଯାଞ୍ଚ କରୁଛି ନିଷ୍କ୍ରିୟକାରୀ ଟିମ୍

ନୂଆଦିଲ୍ଲୀ ୨୮/ ୧୧: ଦକ୍ଷିଣ ଦିଲ୍ଲୀରେ ଥିବା ଏକ ସ୍କୁଲ ଉପରେ ବୋମା ମାଡ ନେଇ ଧମକ ମିଳିଛି । ଇଣ୍ଡିଆନ୍ ପବ୍ଲିକ ସ୍କୁଲର ଇ-ଭେଲ୍ ଆଇଡିକୁ ଏଭଳି ଧମକପୂର୍ଣ୍ଣ ମେଲ୍ ମିଳିଥିବା ଜଣାପଡିବା ପରେ ତତ୍ପର ହୋଇଉଠିଛି ପୋଲିସ । ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ସ୍କୁଲରେ ପହଞ୍ଚିଛନ୍ତି ।
ସ୍କୁଲ ପରିସରର ଯେଉଁସ୍ଥାନରେ ବୋମା ମାଡ କରାଯିବା ନେଇ ଧମକ ମିଳିଛି ସେଠାରେ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ବୋମା ନିଷ୍କ୍ରିୟକାରୀ ଟିମ୍ । କିଏ ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପଠାଇଛି ସେ ନେଇ ପୋଲିସ କୌଣସି ସୂଚନା ପାଇନାହିଁ । ଦିଲ୍ଲୀ ପୋଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।