PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରତନ ଟାଟାଙ୍କ ବିରୁଦ୍ଧରେ ହୋଇଥିବା ମାନହାନି କେସ୍ ରଦ୍ଦ କଲେ ବମ୍ବେ କୋର୍ଟ

ମୁମ୍ବାଇ ୨୨/୭: ରତନ ଟାଟାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଅପରାଧିକ ମାନହାନି କେସ୍ ରଦ୍ଦ କଲେ ଅଦାଲତ । ବମ୍ବେ କୋର୍ଟ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା, ବର୍ତ୍ତମାନର ଚେୟାରମ୍ୟାନ୍ ଚନ୍ଦ୍ରଶେଖରନ୍ ଓ ୮ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଅପରାଧିକ ମାନହାନି କେସ୍ ସୋମବାର ରଦ୍ଦ କରିଛନ୍ତି । ୱାଡିଆ ଗ୍ରୁପର ଚେୟାରମ୍ୟାନ୍ ନୁସ୍ଲି ୱାଡିଆ ୨୦୧୬ରେ ମାଜିଷ୍ଟ୍ରେଟ୍ କୋର୍ଟରେ ମୋକଦ୍ଦମା ଦାୟର କରିଥିଲେ । ଡିସେମ୍ବର ୨୦୧୮ରେ ଅଦାଲତ ରତନ ଟାଟା ଓ ଅନ୍ଯ ମାନଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲେ । ରତନ ଟାଟାଙ୍କ ସମେତ ଅନ୍ଯମାନେ ମଧ୍ଯ ମାମଲାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

ୱାଡିଆଙ୍କ କହିବାନୁସାରେ ୨୪ ଅକ୍ଟୋବର ୨୦୧୬ରେ ସାୟରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ୍ ପଦରୁ ହଟାଇବା ପରେ ରତନ ଟାଟା ଓ ଟାଟା ଗ୍ରୁପର ଅନ୍ଯମାନେ ୱାଡିଆଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ କହିଥିଲେ । ୱାଡିଆ, ମିସ୍ତ୍ରୀଙ୍କ ସହ ମିଶିଥିବା ଅଭିଯୋଗ ଆଣିଥିଲେ ରତନ ଟାଟା । ଏଥିପାଇଁ ମାଜିଷ୍ଟ୍ରେଟ୍ କୋର୍ଟରେ କେସ୍ କରିଥିଲେ ୱାଡିଆ ।  

ୱାଡିଆ ୨୦୧୬ରେ ଟାଟା ଗ୍ରୁପର ଇଣ୍ଡିୟନ ହୋଟେଲ୍ସ, ଟିସିଏସ୍, ଟାଟା ମୋଟ୍ରସ ଓ ଟାଟା ଷ୍ଟିଲ୍ସ ସମେତ ଅନ୍ଯ କମ୍ପାନୀର ବୋର୍ଡରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ରୂପେ ସାମିଲ ଥିଲେ । ଡିସେମ୍ବର ୨୦୧୬ରୁ ଫେବୃୟାରୀ ୨୦୧୭ ମଧ୍ଯରେ ହୋଇଥିବା ବୈଠକପେ ସେୟାରଧାରକମାନେ ୱାଡିଆଙ୍କ ବିରୁଦ୍ଧରେ ଭୋଟିଂ କରି ତାଙ୍କୁ ବାହାର କରିଦେଇଥିଲେ । ସୋମବାର ହାଇକୋର୍ଟରେ ହୋଇଥିବା ଶୁଣାଣିରେ ରତନ ଟାଟାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘୱୀ ଦଲିଲ ରଖିଲେ ଯେ କର୍ପୋରେଟ୍ ବିବାଦରେ ସଫଳ ନହେବାରୁ ୱାଡିଆ ମାନହାନି କେସ୍ କରିଦେଲେ । ସେ ସାୟରସ୍ ମିସ୍ତ୍ରୀଙ୍କୁ ସମର୍ଥନ କରିଥିଲେ ।

ସମ୍ବନ୍ଧିତ ଖବର