ପ୍ରମୂଖ ଖବର

ମା’କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିବା ପରେ ରାନ୍ଧିକି ଖାଇଥିଲା ପୁଅ: ହାଇକୋର୍ଟ କହିଲେ-ନରଭକ୍ଷଣ ମାମଲା, କାଏମ ରହିବ ମୃତ୍ୟୁଦଣ୍ଡ

Published By : Harapriya Biswal | October 1, 2024 6:17 PM

ମୁମ୍ବାଇ,୧।୧୦: ନିଜ ମା’କୁ ହତ୍ୟା କରି ମାଂସ ଖାଇବା ମାମଲାରେ ଅଭିଯୁକ୍ତ ପୁଅର ମୃତ୍ୟୁସଜାକୁ କାୟମ ରହିଛନ୍ତି ବମ୍ବେ ହାଇକୋର୍ଟ। ଏଭଳି ଏକ ମାମଲାକୁ କୋର୍ଟ ନରଭକ୍ଷଣ ମାମଲା ବୋଲି କହିଛନ୍ତି। ସୁନିଲ କୁଚକୋରଭି ନାମକ ଅପରାଧିକୁ କୋହ୍ଲାପୁରର ଜିଲ୍ଲା କୋର୍ଟ ୨୦୧୭ ରେ ମା’କୁ ଜଘନ୍ୟ ହତ୍ୟା କରିବା ଓ ତାଙ୍କ ଅଙ୍ଗକୁ କଥିତ ଭାବରେ ଖାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସଜା ଶୁଣାଇବା ସହ କୋର୍ଟ କହିଥିଲେ, ଏହା ନରଭକ୍ଷଣ ମାମଲା। ଏହି ସଜାକୁ ବିରୋଧ କରି କୁଚକୋଭରି ହାଇକୋର୍ଟରେ ଅପିଲ କରିଥିଲା। 

ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ରେଭତି ମୋହିତ ଡେରେ ଓ ଜଷ୍ଟିସ୍ ପୃଥିରାଜ ଚହ୍ବାଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି, ଏହି ମାମଲା ‘ଦୁର୍ଲଭରୁ ଦୁର୍ଲଭତମ ଅଟେ’, ଯେଉଁଥିରେ ଦୋଷୀ ନିକଟରେ ସୁଧୁରିବାର କୌଣସି ସମ୍ଭାବନା ନାହିଁ। ତେଣୁ ତା’ର ମୃତ୍ୟୁ ଦଣ୍ଡକୁ କମ୍ କରିହେବନି। ମୃତ୍ୟୁଦଣ୍ଡକୁ କମ୍ କରି ଯଦି ଆଜୀବନ କରାଯାଏତେବେ 

କୋର୍ଟରେ ଶୁଣାଣି ବେଳେ ୭ ବର୍ଷ ପୂର୍ବେ ହୋଇଥିବା ଅପରାଧର ଭୟଙ୍କର କାହାଣୀ କୁହାଯାଇଥିଲା। ଏଥିରେ କୁହାଯାଇଥିଲା ଦୋଷୀ ସୁନିଲ ନା କେବଳ ନିଜ ୬୩ ବର୍ଷୀୟ ମା’ ୟଲ୍ଲାମା ରାମା କୁଚକୋରଭିଙ୍କ ହତ୍ୟା କରିଥିଲା, ତାହା ନୁହେଁ ତାଙ୍କର ମୃତଦେହକୁ ଖଣ୍ଡଖଣ୍ଡ କରି ଦେଇଥିଲା। ମା’ର ବ୍ରେନ୍, ହାର୍ଟ, ଲିଭର, କିଡନୀ ଓ ଅନ୍ତନଳୀକୁ ରୋଷେଇ କରି ସେ ଖାଇଥିଲା। ଅଭିଯୁକ୍ତକୁ ସେତେବେଳେ ଗିରଫ କରାଯାଇଥିଲା, ଯେତେବେଳେ ସେ ତା’ ମା’ର ହାର୍ଟକୁ ରୋଷଇ କରି ଖାଉଥିଲା। ସୁନିଲକୁ ମଦ ଖାଇବାକୁ ତା’ର ମା’ ଟଙ୍କା ଦେଇନଥିବାରୁ ସେ ରାଗି ଯାଇ ହତ୍ୟା କରିଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.