ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ରାଜ୍ୟରେ ପ୍ରଥମ: ସମ୍‌ରେ ବୋନ୍‌ମ୍ୟାରୋ ପ୍ରତିରୋପଣ, ୩ ରୋଗୀଙ୍କ ହେଲାଣି ସଫଳ ଚିକିତ୍ସା

ଭୁବନେଶ୍ୱର,୧୦ ।୪(ବ୍ୟୁରୋ): ବୋନ୍‌ମ୍ୟାରୋ ପ୍ରତିରୋପଣ ପାଇଁ ଓଡ଼ିଆ ଲୋକଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନି । ରାଜ୍ୟର ପ୍ରଥମ ହସ୍ପିଟାଲ ଭାବେ ସମ୍‌ ହସ୍ପିଟାଲରେ ସଫଳ ବୋନ୍‌ମ୍ୟାରୋ ପ୍ରତିରୋପଣ ହୋଇପାରୁଛି । ସବୁଠୁ ବଡ଼ କଥା ହେଉଛି, ବାହାର ରାଜ୍ୟ ତୁଳନାରେ ଖୁବ୍‌ କମ୍‌ ଖର୍ଚ୍ଚରେ ପ୍ରତିରୋପଣ ହୋଇପାରୁଛି ବୋଲି ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଉନ୍ନତ ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲର ସୁନାମ ରହିଛି । ଉନ୍ନତ ଓ ଶସ୍ତାରେ ରୋଗୀସେବା ଦେଉଥିବାରୁ ସ୍ୱୀକୃତି ଦେଇଛି ସରକାରଙ୍କର ଏନ୍‌ଆଇଆରଏଫ୍‌ ର‌୍ୟାଙ୍କିଂ । ହସ୍ପିଟାଲର ସଫଳତାରେ ନୂଆ ନୂଆ ଫର୍ଦ୍ଦ ଯୋଡ଼ି ହୋଇ ଚାଲିଛି । ରାଜ୍ୟରେ ସରକାରୀ ହେଉ କି ଘରୋଇ କୌଣସି ହସ୍ପିଟାଲରେ ବୋନ୍‌ମ୍ୟାରୋ ପ୍ରତିରୋପଣ କେଉଁଠି ବି ହେଉନି । ସମ୍‌ କିନ୍ତୁ ଏହି ଅତ୍ୟାଧୁନିକ ଚିକିତ୍ସା ସେବା ଆରମ୍ଭ କରି ଚିକିତ୍ସା ବିଜ୍ଞାନକୁ ନୂଆ ଦିଶା ଦେଖାଇଛି । ଏବେ ବାହାର ରାଜ୍ୟରେ ବୋନ୍‌ ମ୍ୟାରୋ ପ୍ରତିରୋପଣ ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମ୍‌ରେ ସମାନ ଚିକିତ୍ସା ମାତ୍ର ୨୫ ପ୍ରତିଶତ ଖର୍ଚ୍ଚରେ ହୋଇପାରୁଛି ।

ଚଳିତ ବର୍ଷ ଜାନୁଆରୀ ମାସରୁ ବୋନ୍‌ମ୍ୟାରୋ ପ୍ରତିରୋପଣ ଆରମ୍ଭ ହୋଇଥିବା ବେଳେ ଏ ଯାଏ ୩ ଜଣଙ୍କ ସଫଳ ପ୍ରତିରୋପଣ ହୋଇପାରିଛି । ପ୍ରତିରୋପଣ ପାଇଁ ଡାକ୍ତରମାନଙ୍କ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ନେଇ ଡା.ମହାପାତ୍ର ସୂଚନା ଦେଇଛନ୍ତି ।

{"id":11671}

ଏହି ରୋଗ ପାଇଁ ବିଭିନ୍ନ କାରଣ ରହିଛି । ତେବେ ପ୍ରାଥମିକ ଅବସ୍ଥାରେ ଏହା ଚିହ୍ନଟ ହୋଇପାରିଲେ, ରୋଗର ସଫଳ ଚିକିତ୍ସା କରାଯାଇପାରିବ । ଯଦି କୌଣସି ବ୍ୟକ୍ତି ଶୀଘ୍ର ଥକିଯାଉଛନ୍ତି । କାମ କରିବା ପରେ ହାଲିଆ ଲାଗୁଛି । କୌଣସି ସ୍ଥାନରେ କ୍ଷତ ସୃଷ୍ଟି ହେଲେ, ଭଲ ହେଉନି । ଦେହରେ ରକ୍ତ ତିଆରି ବନ୍ଦ ହେବା ସହ ସଂକ୍ରମିତ ହେଉଛି । ଅଥବା ଜର ଜର ଲାଗୁଛି । ତେବେ ଏହା ହେଉଛି ବୋନ୍‌ମ୍ୟାରୋ ଲକ୍ଷଣ । ତେବେ ଉତ୍ତମ ଚିକିତ୍ସା ଦ୍ୱାରା ଏହାର ସଫଳ ନିଦାନ ହୋଇପାରୁଛି । ସମ୍‌ରେ ଏ ସୁବିଧା ଉପଲବ୍ଧ ଥିବା ହେମାଟୋଲୋଜି ଆଣ୍ଡ ଷ୍ଟେମସେଲ୍‌ ଟ୍ରାନ୍ସପ୍ଲାଣ୍ଟ ବିଭାଗର ମୁଖ୍ୟ ଆସୋସିଏଟ ପ୍ରଫେସର ପ୍ରିୟଙ୍କା ସାମଲ କହିଛନ୍ତି ।

ବୋନ୍‌ମ୍ୟାରୋ ପ୍ରତିିରୋପଣ ପାଇଁ ଅଭିଜ୍ଞ ଡାକ୍ତରୀ ଦଳ ସହ ସବୁ ପ୍ରକାର ଅତ୍ୟାଧୁନିକ ମେସିନ୍‌ ରହିଛି । ତେଣୁ ଏ ସବୁ ଲକ୍ଷଣ ଦେଖାଗଲେ, ତୁରନ୍ତ ସମ୍‌ ହସ୍ପିଟାଲ ସମ ଯୋଗାଯୋଗ କରିବାକୁ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ହେମାଟୋଲୋଜି ଆଣ୍ଡ ଷ୍ଟେମସେଲ୍‌ ଟ୍ରାନ୍ସପ୍ଲାଣ୍ଟ ବିଭାଗର ଆସୋସିଏଟ ପ୍ରଫେସର ଗିରିଜା ନନ୍ଦିନୀ କାନୁନଗୋ ଓ ପ୍ରୀତିଶ ଚନ୍ଦ୍ର ପାତ୍ର ପ୍ରତିରୋପଣ ଟିମ୍‌ର ସଦସ୍ୟ ରହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.