ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ବୋନି କପୁର ପତ୍ନୀଙ୍କ ସହ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶ୍ରୀଦେବୀଙ୍କ ସହ ଥିବା ଏହି ଫଟୋକୁ ୟୁଜର୍ସମାନେ ଅଜସ୍ର ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଛି । ୨୮ ବର୍ଷ ତଳର ଏହି ଫଟୋରେ ବୋନି-ଶ୍ରୀଦେବୀ ଏବଂ କୋଳରେ ଅଛନ୍ତି ଜାହ୍ନବୀ । କ୍ୟାପସନରେ ନିଜର ପ୍ରେମଭରା ବାର୍ତ୍ତା ଦେଇ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଛନ୍ତି ।
ବୋନି କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଫଟୋ ପୋଷ୍ଟ କରି ବୋନି କପୁର ଲେଖିଛନ୍ତି, "ଲାଏନ୍ସିଆରେ ମୋର ପ୍ରେମ, ଆମ ପ୍ରେମ ଜାହ୍ନବୀଙ୍କୁ ଧରି; ସେ ସେତେବେଳେ ମାତ୍ର ବର୍ଷକର ହୋଇଥିଲେ ।" କ୍ୟାପସନରୁ ଜଣାପଡ଼ିଛି ଯେ ଏହି ଫଟୋ ଲସ୍ ଆଞ୍ଜେଲସରେ ଉଠାଯାଇଥିଲା। ଫଟୋରେ ଶ୍ରୀଦେବୀ ବେଶ ସୁନ୍ଦର ଦିଶୁଛନ୍ତି ।
କହି ରଖୁଛୁ କି, ବୋନି କପୁର ଏବଂ ଶ୍ରୀଦେବୀଙ୍କ ସାକ୍ଷାତ "ମିଷ୍ଟର ଇଣ୍ଡିଆ" ଫିଲ୍ମର ସୁଟିଂ ସମୟରେ ହୋଇଥିଲା। ସେମାନେ ୧୯୯୬ ମସିହାରେ ବିବାହ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା। ଏହି ଗଭୀର ସମ୍ପର୍କ ବୋନି କପୁର ସୋସିଆଲ ମିଡିଆରେ ଶ୍ରୀଦେବୀଙ୍କୁ ମନେ ପକାଇ ଯେଉଁ ପୋଷ୍ଟଗୁଡ଼ିକ ସେୟାର କରିଛନ୍ତି ସେଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି।
ଏହାସହ ପଢ଼ନ୍ତୁ : ଶ୍ରେୟସଙ୍କ ଦମଦାର ବ୍ୟାଟିଂ: ହାଇଦ୍ରାବାଦକୁ ୬ ଓ୍ବିକେଟରେ ହରାଇଲା ପଞ୍ଜାବ