ନୂଆଦିଲ୍ଲୀ : ହାଇଦ୍ରାବାଦକୁ ୬ ଓ୍ବିକେଟରେ ହରାଇଲା ପଞ୍ଜାବ । ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି । ୩୩ ବଲରୁ ୬୯ ରନର ବିସ୍ଫୋରକ ପାଳି ଖେଳିଛନ୍ତି । ୨୨୦ ରନର ବିଜୟ ଲକ୍ଷ୍ୟକୁ ୧୮ ଓଭର ୫ ବଲରେ ସଂଗ୍ରହ କରିଛି ପଞ୍ଜାବ । ୪ ଓ୍ବିକେଟ୍ ହରାଇ ସହଜରେ ଏହି ସ୍କୋରକୁ ପୂରଣ କରିପାରିଛି । ଦଳର ଦୂଇ ଓପନର ପ୍ରଭ ସିମରନ ଏବଂ ପ୍ରୀୟାନ୍ସ ଆର୍ଯ୍ୟ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଛନ୍ତି ।

୨୨୦ ରନର ପିଛା କରୁଥିବାବେଳେ ପ୍ରଥମରୁ ଦୁଇ ଓପନର ହାଇଦ୍ରାବାଦ ବୋଲରଙ୍କୁ ଧୂଲେଇ କରିବା ଆରମ୍ଭ କରିଥିଲେ । ପାଓ୍ବାର ପ୍ଲେ ମଧ୍ୟରେ ଦୁଇ ଖେଳାଳି ୯୬ ରନ କରିଥିଲେ । ପ୍ରିୟାଂଶ ୨୦ ବଲରୁ ୫୭ ରନ କରିଥିବାବେଳେ ପ୍ରଭସିମରନ୍ ୨୫ ବଲରୁ ୫୧ ରନ କରିବାରେ ସକ୍ଷମ ହୋଇଛନ୍ତି । ଶେଷରେ ଶ୍ରେୟସ ଏକାକି ଦଳକୁ ବିଜୟୀ କରାଇଥିବାବେଳେ ଶଶାଙ୍କ ସିଂହ ୯ ବଲରୁ ୧୬ ରନ୍ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ୍ ବିନିମୟରେ ୨୧୯ ରନ କରିଥିଲା ହାଇଦ୍ରାବାଦ ।ଦଳର ଓପନର ଅଭିଷେକ ଶର୍ମା ୨୮ ବଲରୁ ୭୪ ରନ କରିଥିବାବେଳେ ସାଥୀ ଖେଳାଳି ଟ୍ରାଭିସ୍ ହେଡ୍ ୨୩ ବଲରୁ ୩୮ ରନର ପାଳି ଖେଳିଥିଲେ । ଏହି ଦୁଇ ଓପନର ଯୋଡ଼ି ୧୨୦ ରନର ପାର୍ଟନରସିପ କରିଥିଲେ । ପ୍ରଥମେ ଅଭିଷେକ ଏବଂ ପରେ ହେଡ ଆଉଟ୍ ହୋଇଥିଲେ । ବିଶାଳ ସ୍କୋର ଅଭିମୁଖେ ଏହି ଦୁଇ ଖେଳାଳି ଅଗ୍ରସର କରୁଥିବାବେଳେ ଗୋଟିଏ ଓଭରରେ ଏମାନଙ୍କୁ ଆଉଟ୍ କରିଥିଲେ ଶଶାଙ୍କ ସିଂହ ।

​​​​​​​

ପରେ ଇଶାନ କିଷନ ୧୭ ବଲରୁ ୨୭ ଏବଂ ଅନିକେତ ବର୍ମା ୯ ବଲରୁ ୧୮ ରନର ପାଳି ଖେଳିଥିଲେ । ବାକି ଖେଳାଳିଙ୍କ ମଧ୍ୟରେ ସାଇ ଅରୋରା ୮ ବଲରୁ ୯ ରନ୍ କରିଥିବାବେଳେ କ୍ଲାସେନ୍ ୩୯ ରନର ପାଳି ଖେଳିଛନ୍ତି । ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ଏବଂ ଶଶାଙ୍କ ସିଂହ ୨ଟି ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ବାର୍ସଲେଟ ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।

ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ, CSK କରିବ ବ୍ୟାଟିଂ