PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

 ଇନରହୁଇଲ ଓ ରୋଟାରୀ କ୍ଲବ ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ 

ଜଳେଶ୍ୱର-୨୦/୧୧(ଆପ୍ର)-ଜଳେଶ୍ୱରସ୍ଥିତ ୧୨ନଂ ୱାର୍ଡ ନୂଆବଜ଼ାର ଆଦିବାସୀ ବସ୍ତିରେ ଇନରହୁଇଲ କ୍ଲବ ଅଫ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ୨୦ଜଣ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ସଭାପତି ସୁଷମା ରାଣୀ ଭୂୟାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କ୍ଲବର ପ୍ରତିଷ୍ଠାତା ସଭାପତି ଆରତୀ ଦାସ ସମାଜର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଚେତନ କରିବା ପାଇଁ  କ୍ଲବ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରିଥିଲେ।

କ୍ଲବର ସମ୍ପାଦିକା ଅଞ୍ଜନା କର,ଯୁଗ୍ମ ସମ୍ପାଦିକା ନଳିନୀ ଖଣ୍ଡା,ପୂର୍ବତନ କାଉନସିଲର ସୁମୀ ହାଂସଦା,ସମାଜସେବୀ ତୃପ୍ତିରାଣୀ ମହାନ୍ତି ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ରୋଟାରୀ କ୍ଲବ ଅଫ ସୁବର୍ଣ୍ଣରେଖା ରାଇବଣିଆର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ୟାମା ଚରଣ ଦାସ,ଉପଦେଷ୍ଟା ସୁକୁମାର ରଣା,ଉପସଭାପତି ସୁନୀଲ କୁମାର ନାୟକ,ସମ୍ପାଦକ ସୁଧୀର କୁମାର କର,ପୂର୍ବତନ ସଭାପତି ଡ଼ଃ ଅଜିତ କୁମାର ମହାନ୍ତି ଓ ନୀଳକଣ୍ଠ ଖଣ୍ଡା ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ମେଧାବୀ ଓ ଗରିବ ଛାତ୍ରଛାତ୍ରୀ ମାନଙ୍କୁ କିପରି ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଉଛି ,ସେ ସମ୍ପର୍କରେ ବିସ୍ତୃତ ଭାବରେ ସେମାନଙ୍କୁ ସଚେତନ କରିଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ସମେତ ବିସ୍କୁଟ ଓ ଚକୋଲେଟ ବଣ୍ଟନ କରାଯାଇଥିଲା।