ନୂଆଦିଲ୍ଲୀ, ୨୫/୧ : କମାଲ କରୁଛି ‘ବର୍ଡର-୨’ । ସନ୍ନି ଦେଓଲ ନିଜ ଫିଲ୍ମ କ୍ୟାରିୟରରେ କରିଥିବା ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବାକୁ ଯାଉଛି ଫିଲ୍ମ । ୨୦୨୬ ବର୍ଷ ଆରମ୍ଭରୁ ଏହି ଫିଲ୍ମକୁ ଦର୍ଶକେ ବେଶ ଭଲ ପାଇବା ଦେଉଛନ୍ତି । ଗଡର-୨ ଭଳି ଏହି ଫିଲ୍ମ ମଧ୍ୟ ବ୍ୟବସାୟ ଦୃଷ୍ଟି କୋଣରୁ ମଧ୍ୟ ରେକର୍ଡ କରିବାକୁ ଯାଉଛି । ହାଇବଜେଟରେ ନିର୍ମିତ ଏହି ଫିଲ୍ମ ଭାରତ ସହ ବିଦେଶରେ ମଧ୍ୟ ଭଲ ରୋଜଗାର କରୁଛି । ଦୁଇଦିନ ମଧ୍ୟରେ ସନ୍ନି ଦେଓଲଙ୍କ ଏହି ଫିଲ୍ମ ତୃତୀୟ ଆୟକାରୀ ଫିଲ୍ମ ହେବାକୁ ଯାଉଛି ।
ଶୁକ୍ରବାର ରିଲିଜ୍ ହୋଇଛି ବର୍ଡର-୨ । ଯଦି ରିପୋର୍ଟକୁ ବିଶ୍ବାସ କରିବା ତାହେଲେ ଏହି ଫିଲ୍ମ ଦୁଇଦିନ ମଧ୍ୟରେ ୭୯.୭୫ କୋଟି ଟଙ୍କା ରୋଜଗାର କରିଛି । ପ୍ରଥମ ଦିନରେ କେବଳ ଭାରତରେ ୩୦ କୋଟି ରୋଜଗାର କରିଥିବାବେଳେ ଦ୍ବିତୀୟ ଦିନରେ ୬ କୋଟି ଅଧିକ ରୋଜଗାର କରିପାରିଛି । ଅର୍ଥାତ ଦ୍ବିତୀୟ ଦିନରେ ୩୬ କୋଟି ଟଙ୍କା ରୋଜଗାର କରିପାରିଛି । ବିଶ୍ବବ୍ୟାପି ଫିଲ୍ମ ରିଲିଜ୍ ହୋଇଥିବାବେଳେ ବିଦେଶରେ ମଧ୍ୟ କମାଲ କରୁଛି ଏହି ଫିଲ୍ମ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଥିବାବେଳେ ଦେଶାତ୍ମକ ବୋଧକ ଫିଲ୍ମ ହୋଇଥିବାରୁ ଏହା ଭଲ ରୋଜଗାର କରିବା ସହ ସହଜରେ ୧୦୦ କୋଟି ରୋଜଗାର କରିପାରିବ ବୋଲି ଆଶା ରଖାଯାଇଛି । ଦୁଇଦିନରେ ବର୍ଡର-୨ ୯୫.୭୫ କୋଟି ଟଙ୍କାର ବିଶ୍ବବ୍ୟାପି କଲେକ୍ସନ କରିଛି । ଯେତେବେଳେ ଧୁରନ୍ଧର ୯୦ କୋଟି ରୋଜଗାର କରିପାରିଥିଲା । ଏବେ ବର୍ଡର- ସବୁ ରେକର୍ଡ ଭାଙ୍ଗିପାରେ ବୋଲି ମଧ୍ୟ କୁହାଯାଉଛି ।
ଏହାସହ ପଢ଼ନ୍ତୁ : ବଲିଉଡ ଉପରେ ରାଗିଛନ୍ତି କି ପ୍ରକାଶ ରାଜ ? ଜାଣନ୍ତୁ କାହିଁକି କହିଲେ ବର୍ବାଦ କଥା....