ନୂଆଦିଲ୍ଲୀ, ୨୫/୧ : ଭାରତୀୟ ସିନେ ଜଗତର ଜଣାଶୁଣା କଳାକାର ପ୍ରକାଶ ରାଜ ଏକ ପ୍ରତିକ୍ରିୟା ରଖିଛନ୍ତି । ବଲିଉଡକୁ ନେଇ ନିଜର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ତାମିଲ ମାଲାୟଲମ ଏବେ ହିନ୍ଦୀ ଫିଲ୍ମଠାରୁ ଉର୍ଦ୍ଧରେ ରହିଛନ୍ତି । ୨୦୦୦ ଦଶକର ମଧ୍ୟଭାଗ ମଲ୍ଟିପ୍ଲେକ୍ସ ଯୁଗରେ ବଲିଉଡ ପଛରେ ପଡ଼ିଛି । ନିଜର ମୂଳଠାରୁ ଦୂରେଇ ରହିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରକାଶ ରାଜ କହିଥିଲେ କି, ମୁଁ ଭାବୁଛି ଏବେ ତାମିଲ ଏବଂ ମାଲାୟମ ଚଳଚିତ୍ର ଆଗରେ ରହିଛନ୍ତି । ଯେଉଁଠାରେ ହିନ୍ଦି ଫିଲ୍ମ ଏବେ ପଛରେ ପଡ଼ିଛି । ନୂଆ ତାମିଲ ନିର୍ଦେ୍ଦଶକମାନେ ଭଲ ଫିଲ୍ମ ନିର୍ମାଣ କରୁଛନ୍ତି ।
ପ୍ରକାଶ ରାଜ କହିଛନ୍ତି କି, ସ୍ବାଧିନତା ପରେ ବଲିଉଡ ଧର୍ମନିରପେକ୍ଷ ମୂଲ୍ୟବୋଧର ନିକଟତର ଥିଲା । ସେ ୧୯୭୭ ମସିହାରେ ରିଲିଜ ହୋଇଥିବା ଅମର ଆକବର ଆନ୍ଥୋନିର ଉଦାହରଣ ଦେଇଥିଲେ । ଯେଉଁଥିରେ ଅମିତାଭ ବଚ୍ଚନ, ବିନୋଦ ଖାନ୍ନା ଏବଂ ଋଷି କପୁର ଅଭିନୟ କରିଥିଲେ । ଏମାନଙ୍କ ଉଦାହରଣ ଦେଇଥିଲେ । କିନ୍ତୁ ଏବେ ଆଉ ସେଭଳି ଫିଲ୍ମ ନିର୍ମାଣ ହେଉନି । ସେପଟେ ଆମେ ଯଦି ପ୍ରକାଶ ରାଜଙ୍କ କଥା କହିବା ତାହେଲେ ସେ ୫ଟି ଫିଲ୍ମ ଜଗତରେ କାମ କରିଛନ୍ତି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଏବଂ ବଲିଉଡରେ ସେ ନିଜର ବଳିଷ୍ଠ ଅଭିନୟ ୩୮ ବର୍ଷ ହେବ ଜାରି ରଖିଛନ୍ତି । ଏହି ଭେଟେରାନ ଅଭିନେତା ସବୁ ଭୂମିକା ନିଭାଇଛନ୍ତି ।
ଏହାସହ ପଢ଼ନ୍ତୁ : ରାଜଧାନୀରେ ବାୟୂ ପ୍ରଦୂଷଣ : ଚିନ୍ତା ପ୍ରକଟ କଲେ ରାହୁଲ