ଭାରସାମ୍ୟ ହରାଇ ଏକ କାର ଓ ୬ଟି ବାଇକକୁ ଧକ୍କା ଦେଲା ସ୍କର୍ପିଓ, ୨ ମୃତ

ବାଉଁଶୁଣୀ, ୨୬/୦୧ : ବୌଦ୍ଧ-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକରେ ସିରିଜ୍ ଦୁର୍ଘଟଣା। ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ବହିରା ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ ୬ଟି ବାଇକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ବହିରା ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ ୬ଟି ବାଇକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅଇଁଲାପାଲି ଗ୍ରାମର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ ଏବଂ ଗାଁର ରବୀ ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ଫଳରେ ଘଟଣାସ୍ଥଳରେ ଉତେଜନା ଜାରି ରହିଛି। ଉତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଏହା ସହ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରି ମାଲିକକୁ ଅଟକ ରଖିଛି। ସେପଟେ ଗ୍ରାମବାସୀମାନେ ବୌଦ୍ଧ-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଶତାଧିକ ଗାଡି ଅଟକି ରହିଛନ୍ତି।