PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆମେରିକାରେ ଲଗାତାର ୧୧ ଫାଇଟ୍‌ରେ ଅପରାଜେୟ ହେଲେ ବିଜେନ୍ଦର ସିଂହ

ନୂଆଦିଲ୍ଲୀ,୧୪ା୭(ଏଜେନ୍ସି): ପେସାଦାର ବକ୍ସିଂରେ ଷ୍ଟାର୍‌ ବକ୍ସର ବିଜେନ୍ଦର ସିଂହଙ୍କ ଅପରାଜେୟ ଧାରା ଜାରି ରହିଛି । ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ବକ୍ସିଂ ପ୍ରମୋସନ ସଂସ୍ଥା ‘ଟପ୍‌ ର‌୍ୟାଙ୍କ’ ସହ ଚୁକ୍ତି ହେବା ପରେ ବିଜେନ୍ଦର ଆମେରିକାରେ ଖେଳିଥିଲେ ପ୍ରଥମ ପେସାଦାର ମୁକାବିଲା । ସାମ୍ନାରି ଥିଲେ ଅଭିଜ୍ଞ ଆମେରିକୀୟ ମାଇକ୍‌ ସ୍ନାଇଡର । ଏହି ମ୍ୟାଚ୍‌କୁ ଏକ ତରଫା ଭାବେ ଜିତି ବିଜେନ୍ଦର ଆମେରିକାର ପେସାଦାର ବକ୍ସିଂ ସର୍କିଟ୍‌ରେ ଆଧିପତ୍ୟ ଜାହିର କରିଥିଲେ ।

ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ବହୁ ପ୍ରତିକ୍ଷୀତ ଫାଇଟ୍‌ରେ ବିଜେନ୍ଦରଙ୍କ ଶକ୍ତିଶାଳୀ ମୁଥରେ ଆମେରିକାର ମାଇକ୍‌ ସ୍ନାଇଡର ଧରାଶାୟୀ ହୋଇଥିଲେ । ସୁପର ମିଡିଲ୍‌ୱେଟ୍‌ ବର୍ଗର ଏହି ଫାଇଟ୍‌ ୮ ରାଉଣ୍ଡ ବିଶିଷ୍ଟ ରହିଥିଲେ ହେଁ ମାତ୍ର ୪ ରାଉଣ୍ଡ ମଧ୍ୟରେ ବିଜେନ୍ଦର ବିଜୟ ପକ୍କା କରିଥିଲେ । ଏଥିସହିତ ବିଜେନ୍ଦର ଅଷ୍ଟମ ନକଆଉଟ୍‌ ବିଜୟ ଓ ମୋଟ୍‌ ଉପରେ ୧୧ତମ ବିଜୟ ହାସଲ କରିଥିଲେ ।

ଶନିବାର ରାତି(ଭାରତୀୟ ସମୟ ରବିବାର ସକାଳ)ରେ ଏହି ବହୁ ପ୍ରତିକ୍ଷୀତ ଫାଇଟ୍‌ ଅନୁଷ୍ଠିତ ହୋଇଥିଲା । ଅପରାଜେୟ ବିଜେନ୍ଦର ଚିରା ଚରିତ ଆକ୍ରମଣାତ୍ମକ ରଣକୌଶଳ ଆପଣେଇଥିଲେ । ବିଜେନ୍ଦରଙ୍କ ରଣନୀତିକୁ ବୁଝିବାକୁ ଅନୁଭବୀ ସ୍ନାଇଡରଙ୍କ ପକ୍ଷେ କଷ୍ଟକର ହୋଇଥିଲା । ଆରମ୍ଭରୁ ମୁଥ ପରେ ମୁଥ ମାରି ବିଜେନ୍ଦର ପ୍ରଭାବ ବିସ୍ତାର କରିଥିଲେ । ସ୍ନାଇଡରଙ୍କ ଦୁର୍ବଳ ଆକ୍ରମଣକୁ ବିଜେନ୍ଦର ଅତି ସହଜରେ ପ୍ରତିରୋଧ କରିଥିଲେ । ସମୟ ବଢ଼ିବା ସହ ଭାରତୀୟ ଷ୍ଟାର ଲଗାତାର ଆକ୍ରମଣ ଜାରି ରଖିଥିଲେ । ସ୍ନାଇଡରଙ୍କ ପକ୍ଷରେ ପ୍ରତି ଆକ୍ରମଣ ସମ୍ଭବ ହୋଇ ନଥିଲା । ଚତୁର୍ଥ ରାଉଣ୍ଡର ଦ୍ୱିତୀୟ ସେକେଣ୍ଡରେ ବିଜେନ୍ଦରଙ୍କ ଆକ୍ରମଣକୁ ପ୍ରତିରୋଧ କରିବାକୁ ଯାଇ ସ୍ନାଇଡର ରିଙ୍ଗ୍‌ର ଏକ କୋଣକୁ ଚାଲି ଯାଇଥିଲେ । ସମ୍ମୁଖରେ ଥିବା ବିଜେନ୍ଦର ତାଙ୍କୁ ସେଠାରୁ ବାହାରିବାକୁ ସୁଯୋଗ ଦେଇ ନଥିଲେ । ଲେଫ୍ଟ ଜାବ୍‌ ଓ ରାଉଟ୍‌୍‌ ହୁକ୍‌ର ବର୍ଷା କରି ଦେଇଥିଲେ ।

ସ୍ନାଇଡର ବହୁ ପ୍ରୟାସ କରିଥିଲେ ହେଁ କୌଣସି ଗୋଟିଏ ମୁଥ ଅଟକାଇ ପାରି ନଥିଲେ । ସ୍ନାଇଡର ଗୁରୁତର ଆହତ ହେବା ପୂର୍ବରୁ ରେଫରୀ ତତ୍‌କ୍ଷଣାତ୍‌ ଫାଇଟ୍‌ ବନ୍ଦ କରି ଦେଇଥିଲେ । ଫାଇଟ୍‌ ପରେ ବିଜେନ୍ଦର କହିଥିଲେ, ଦୀର୍ଘ ଦିନ ପରେ ରିଙ୍ଗ୍‌କୁ ଓହ୍ଲାଇ ନକଆଉଟ୍‌ ବିଜୟ ତଥା ଆମେରିକା ପଦାର୍ପଣରେ ବିଜୟ ହାସଲ କରି ଅତ୍ୟନ୍ତ ଖୁସି । ଫାଇଟ୍‌ରେ ଦବ୍‌ଦବା ସୃଷ୍ଟି କରିବା ପାଇଁ ୪ ରାଉଣ୍ଡ ଲାଗିଲା । ଦ୍ୱିତୀୟ କିମ୍ବା ତୃତୀୟ ରାଉଣ୍ଡରେ ଧରାଶାୟୀ କରିବି ବୋଲି ଆଶାବାଦୀ ଥିଲି । ମାତ୍ର ୪ ରାଉଣ୍ଡ ଲଢ଼ିବାକୁ ପଡ଼ିଲା । ଡବ୍ଲ୍ୟୁବିଓ ଓରିଏଣ୍ଟାଲ୍‌ ଓ ଏସିଆ ପାସିଫିକ୍‌ ସୁପର ମିଡିଲ୍‌ୱେଟ୍‌ ଚାମ୍ପିଅନ୍‌ ବିଜେନ୍ଦର ଚଳିତ ବର୍ଷ ଆଉ ୨ଟି ଫାଇଟ ଲଢ଼ିବାକୁ ଯୋଜନା ରଖିଛନ୍ତି ।

ସମ୍ବନ୍ଧିତ ଖବର