PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଥାଇଲାଣ୍ଡ ବକ୍ସିଂ: ସେମିରେ ୬ ଭାରତୀୟ

ନୂଆଦିଲ୍ଲୀ, ୨୫/୦୭ (ଏଜେନ୍ସି): ବ୍ୟାଂକକ୍‌ ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତୀୟଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଜୁନିୟର ବିଶ୍ୱ ଚାମ୍ପିଅନ୍‌ ନିଖତ ଜରିନ ଓ ଏସୀୟ ଚାମ୍ପିଅନ୍‌ସିପ୍‌ ରୌପ୍ୟ ପଦକ ବିଜେତା ଦୀପକ ସିଂହ ସେମି ଫାଇନାଲ୍‌ରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ୫୧ କିଲୋ ବର୍ଗରେ ଲଢୁଥିବା ଜରିନ କ୍ୱାର୍ଟର ଫାଇନାଲ୍‌ରେ ଉଜବେକିସ୍ତାନର ସିତୋରା ସୋଗଡାରୋଭାଙ୍କୁ ୫-୦ରେ ପରାସ୍ତ କରିଥିଲେ । ୪୯ କିଲୋ ବର୍ଗରେ ଦୀପକ ଥାଇଲାଣ୍ଡର ସମକ ସାଏହାନଙ୍କୁ ନକ୍‌ ଆଉଟ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୬୯କିଲୋ ବର୍ଗରେ ଆଶିଷ ଜାମାଇକାର ଜୋଶୁଆ ଫ୍ରେଜରଙ୍କୁ ୫-୦ରେ ପରାସ୍ତ କରିଥିବାବେଳେ ୫୬କିଲୋ ବର୍ଗରେ ମହମ୍ମଦ ହୁସାମୁଦ୍ଦିନ ୫-୦ରେ କୋରିଆର ଲି ୟେଚେନଙ୍କୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲେ । ୮୧କିଲୋ ବର୍ଗରେ ବ୍ରିଜେଶ ଯାଦବ ଥାଇଲାଣ୍ଡର ଜାକା ପଙ୍ଗ୍‌ଙ୍କୁ ୪-୧ରେ ଓ ମହିଳା ୪୮କିଲୋ ବର୍ଗରେ ମଞ୍ଜୁରାଣୀ ଏକରତଫା ଭାବେ ଇଟାଲୀର ରୋବେର୍ଟା ବୋନାଟିଙ୍କୁ ପରାସ୍ତ କରିଥିଲେ । ୫୭କିଲୋ ବର୍ଗ କ୍ୱାର୍ଟର ଫାଇନାଲ୍‌ରେ ମନୀଷା ମୌନ ରୁଷିଆର ଲୁଡମିଲା ଭର୍ନୋସୋଭାଙ୍କ ଠାରୁ ପରାଜିତ ହୋଇଥିଲେ ।