PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଏଠାରେ ଜୀବନକୁ ବାଜି ଲଗାଇ ପିଲାମାନେ ଯାଉଛନ୍ତି ସ୍କୁଲ,ପଲିଥିନରେ ବାନ୍ଧି କରାଯାଉଛି ନଦୀ ପାର

ହନୋଇ,୧୬।୭: ଉତ୍ତର ଭିଏତନାମାର ହୁଓଇ ହା ଗାଁର ପିଲାମାନେ ଶୁଖିଲା କପଡାରେ ସ୍କୁଲ ଯିବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ନଦୀ ପାର କରୁଛନ୍ତି। ବର୍ଷାଦିନେ ସେହି ଗାଁ ଦେଇ  ନାମ ମା ନଦୀରେ ପ୍ରବଳ ପାଣି ଆସିଥାଏ, ସେତେବେଳେ ପିଲାମାନଙ୍କୁ ଏକ ପଲିଥିନରେ ବାନ୍ଧି ଦିଆଯାଇଥାଏ। ଏହି ସମୟରେ ଜଣେ ବ୍ୟକ୍ତି (ଯାହାକୁ ସନ୍ତରଣ ଜଣାଥାଏ) ସେ ପଲିଥିନ ଭିତରେ ଥିବା ପିଲାଟିକୁ ନଦୀର ଗୋଟିଏ ପଟୁ ଅନ୍ୟ ପଟକୁ ଆଣିଥାନ୍ତି।

ଗାଁର ମୁଖିଆଙ୍କ କହିବା ଅନୁସାରେ, ଏହା ଖୁବ୍ ବିପଦଜନକ, କିନ୍ତୁ ଆମପାଖରେ ଏହାଛଡା ଆଉ କିଛି ବିକଳ୍ପ ନାହିଁ। ବର୍ଷା ଦିନେ ନଦୀର ଜଳସ୍ତର ବଢିଯାଇଥାଏ। ବାଉଁଶରେ ତିଆରି ହୋଇଥିବା ଅସ୍ଥାୟୀ ପୋଲ ଭାଙ୍ଗିଯାଇଥାଏ। ତେଣୁ ନଦୀରେ ପହଁରିକି ପିଲାମାନେ ସ୍କୁଲକୁ ଯାଇଥାନ୍ତି। ପିଲାମାନଙ୍କର ୟୁନିଫର୍ମ ମଇଳା ଓ ଓଦା ଯେପରି ନହେବ ସେଥିପାଇଁ ଏଭଳି କରାଯାଇଥାଏ।

ପଲିଥିନରେ ନଦୀ ପାର କରିବା ଖୁବ୍ ବିପଦଜନକ। ଏହା ଭିତରେ ପିଲାମାନେ ଅଣନିଶ୍ବାସୀ ହୋଇ ଜୀବନ ମଧ୍ୟ ଯାଇପାରେ। କେବଳ ସେତିକି ନୁହେଁ ଯେ କୌଣସି ମୁହୁର୍ତ୍ତରେ ଦୁର୍ଘଟଣା ଘଟିପାରେ। ଏଭଳି ବିପଦଜନକ ଭାବରେ ନିଜ ପିଲାଙ୍କୁ ସ୍କୁଲ ପଠାଇବା ବେଳେ ବାପା-ମା’ମାନେ ଖୁବ୍ ଭୟଭୀତ ହୋଇପଡୁଛନ୍ତି। ସେଥିପାଇଁ ସେମାନେ ସରକାରଙ୍କୁ ସାହର୍ଯ୍ୟ ପାଇଁ  ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର