ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ବାଳକ ଗୁରୁତର

ସୁନ୍ଦରଗଡ, ୨୪।୧ ସୁନ୍ଦରଗଡ ସବଡେଗା ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ପଛ ପଟରେ ରହିଥିବା ସାହିରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାରେ ଜଣେ୧୦ବର୍ଷ ର ବାଳକର ଗୋଡ ପଡି ଯିବାରୁ ବୋମା ଫୁଟି ବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ନାବାଳକଙ୍କୁ ସୁନ୍ଦରଗଡ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଳକ ଜଣକ ହେଲେ ଏମଡି ତେଗି।
ସନ୍ଧ୍ୟାରେ ଏମଡି ତେଗି ଘର ବାହାରେ ଫୁଟବଳ ଖେଳୁଥିଲେ ।ଏହି ସମୟରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାରେ ବାଳକର ପାଦ ପଡି ଯାଇଥିଲା।ପାଦ ପଡିବା ମାତ୍ରେ ଯୋରରେ ଶଦ୍ଦ ହେବା ସହ ଧୂଆଁ ବାହାରି ଥିଲା।ଘର ଭିତରେ ରହିଥିବା ବାଳକର ମା ଙ୍କ ସହ ଅନ୍ୟ ମାନେ ଶଦ୍ଦ ଶୁଣି ଘର ଭିତରୁ ବାହାରି ଆସିଥିଲେ । ଏମଡି ତେଗି ତଲେ ପଡି ପାଟି କ କରୁ ଥିବାର ଦେଖିବାକୁ ପାଇଥିଲେ। ।ଘର ଲୋକେ ପୁଅର ପାଦ ଫାଟି ରକ୍ତ ବାହାରୁ ଥିବା ଦେଖି ସାହିରେ ଥିବା ଏକ ଅଟୋରେ ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ ।