ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ତୁର୍କୀ ଓ ଅଜର୍‌ବୈଜାନ୍‌କୁ ବୟକଟ୍‌ : ଥାଇଲାଣ୍ଡ, ଭିଏତ୍‌ନାମ ଯାଉଛନ୍ତି ଭାରତୀୟ

Published By : Prameya | May 21, 2025 2:20 PM

image source : India Today

ନୂଆଦିଲ୍ଲୀ,୨୧/୦୫ : ପାକିସ୍ତାନକୁ ସମର୍ଥନ ତୁର୍କୀ ଏବଂ ଅଜର୍‌ବୈଜାନ ଭଳି ଦେଶକୁ ମହଙ୍ଗା ପଡ଼ିଛି । ଉଭୟ ଦେଶର ଭିସା ଆବେଦନରେ ୪୨% ହ୍ରାସ ଦେଖିବାକୁ ମିଳିଛି । ଭିସା ପ୍ରୋସେସିଂ ପ୍ଲାଟ୍‌ଫର୍ମ ଏଟ୍‌ଲିସ୍‌ ମୁତାବକ ଗତ ୩୬ ଘଣ୍ଟାରେ ୬୦% ଭାରତୀୟ ୟୁଜର ଉଭୟ ଦେଶ ପାଇଁ ଭିସା ଆବେଦନ ପ୍ରକ୍ରିୟାକୁ ଅଧାରୁ ଛାଡ଼ି ଦେଇଛନ୍ତି । ବଦଳରେ ଏବେ ଥାଇଲାଣ୍ଡ ଏବଂ ଭିଏତ୍‌ନାମ ଯାଉଛନ୍ତି ।  ଦିଲ୍ଲୀ-ମୁମ୍ବାଇରୁ ତୁର୍କୀ ଯିବା ପାଇଁ ଭିସା ଆବେଦନ ୫୩% ହ୍ରାସ ପାଇଛି । ସେହିଭଳି ଇନ୍ଦୋର ଏବଂ ଜୟପୁର ଭଳି ଟିୟର-୨ ସହରଗୁଡ଼ିକରୁ ଆବେଦନ ୨୦% ହ୍ରାସ ଘଟିଛି । 

ସୂଚନାଯୋଗ୍ୟ, ପହଲ୍‌ଗାମ ଆତଙ୍କବାଦ ହମ୍‌ଲାର ଜବାବ ଦେବା ପାଇଁ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେଶନ୍‌ ସିନ୍ଦୂର’ ପରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା । ଏହା ପରେ ଭାରତୀୟ ପର୍ଯ୍ୟଟକମାନେ ତୁର୍କୀକୁ ସେମାନଙ୍କ ଟ୍ରିପ୍‌ ବାତିଲ କରୁଛନ୍ତି । ଏଟ୍‌ଲିସ୍‌ ଏହି ଦୁଇ ଦେଶର ମାର୍କେଟିଂକୁ ବି ବନ୍ଦ କରିଦେଇଛି । ଏଟ୍‌ଲିସ୍‌ ଡାଟା ଅନୁସାରେ, ୨୫ରୁ ୩୪ ବର୍ଷୀୟ ୭୦% ଯୁବପିଢ଼ି ନିଜ ନିଜର ଭିସା ଆବେଦନକୁ ଅଧାରୁ ଛାଡ଼ିଦେଇଛନ୍ତି । ଗ୍ରୁପ୍‌ ଟ୍ରିପ୍‌ ଆବେଦନରେ ୪୯% ଏବଂ କପଲ୍‌ ଟ୍ରିପ୍‌ ଆବେଦନରେ ୨୭% ହ୍ରାସ ଘଟିଛି । ତୁର୍କୀ ଏବଂ ଅଜର୍‌ବୈଜାନର ଭିସାରେ ହ୍ରାସ ମଧ୍ୟରେ ଦକ୍ଷିଣପୂର୍ବ ଏସୀୟ ଦେଶକୁ ଫାଇଦା ମିଳୁଛି । ଭିଏତ୍‌ନାମ, ଇଣ୍ଡୋନେସିଆ ଏବଂ ମିଶର୍‌ର ଭିସା ଆବେଦନ ୩୧% ପର୍ଯ୍ୟନ୍ତ ବଢିଛି । ପୁରୁଷଙ୍କ ତୁଳନାରେ ମହିଳା ଯାତ୍ରୀ ୨.୩ ଗୁଣା ଅଧିକ ଭିଏତ୍‌ନାମ-ଥାଇଲାଣ୍ଡ ଭଳି ଦେଶ ପାଇଁ ଆବେଦନ କରୁଛନ୍ତି । 

ମେକ୍‌ମାଇଁଟ୍ରିପ୍‌ ଅନୁସାରେ, ଗତ ସପ୍ତାହେ ମଧ୍ୟରେ ତୁର୍କୀ-ଅଜର୍‌ବୈଜାନ ଯାଉଥିବା ଯାତ୍ରୀଙ୍କ ବାତିଲ ଟିକଟ ସଂଖ୍ୟା ୨୫୦% ବଢ଼ିଛି । ଏହାସହିତ ନୂଆ ବୁକିଂସରେ ୬୦% ହ୍ରାସ ଘଟିଛି । ଅଜର୍‌ବୈଜାନ ପାଇଁ ୩୦% ଟିକଟ ବାତିଲ ହୋଇଥିବାବେଳେ ତୁର୍କୀ ପାଇଁ ୨୨% ଟିକଟ ବାତିଲ ହୋଇଛି । ଶିଳ୍ପପତି ହର୍ଷ ଗୋଏଙ୍କା ଭାରତୀୟ ପର୍ଯ୍ୟଟକଙ୍କୁ ତୁର୍କୀ ଏବଂ ଅଜର୍‌ବୈଜାନ ନ ଯିବା ପାଇଁ ଆହ୍ୱାନ ଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ପୋଷ୍ଟ୍‌ରେ ଲେଖିଛନ୍ତି ଯେ, ଗତବର୍ଷ ଭାରତୀୟମାନେ ଉଭୟ ଦେଶରେ ୪,୦୦୦ କୋଟି ଟଙ୍କା ସ୍ୱାହା କରିଛନ୍ତି । ଆମେ ଏଭଳି ଅର୍ଥନୀତିଦ୍ୱୟଙ୍କୁ ସହଯୋଗ କରିବା ଉଚିତ ନୁହେଁ, ଯେଉଁମାନେ ଆମ ଶତୃ ସହ ଛିଡ଼ା ହୋଇଛନ୍ତି । ଭାରତ ଏବଂ ବିଶ୍ୱରେ ଅନେକ ସୁନ୍ଦର ସ୍ଥାନ ରହିଛି । ସେଠାରୁ ଭ୍ରମଣ ନିମନ୍ତେ ଯାଇ ଏହି ଦୁଇ ରାଷ୍ଟ୍ରଙ୍କୁ ବର୍ଜନ କରିବାର ସମୟ । ଭାରତୀୟମାନେ ଏବେ ତୁର୍କୀ ଏବଂ ଅଜର୍‌ବୈଜାନ ପର୍ଯ୍ୟଟନ ଓ ସାମଗ୍ରୀକୁ ବର୍ଜନ କରୁଛନ୍ତି । ତୁର୍କୀ ଟ୍ରାଭେଲ ଟ୍ରିପ୍‌କୁ ବାତିଲ କରୁଛନ୍ତି । ତୁର୍କୀର ଆଭିଏସନ୍‌ ଗ୍ରାଉଣ୍ଡ୍‌ ହ୍ୟାଣ୍ଡ୍‌ଲିଂ କମ୍ପାନି ସେଲେବିର ସୁରକ୍ଷା ମଞ୍ଜୁରିକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । 

ବିଭିନ୍ନ ଟ୍ରାଭେଲ ଅପରେଟରମାନେ ସେମାନଙ୍କ ତୁର୍କୀ ଏବଂ ଅଜର୍‌ବୈଜାନ୍‌ ଟ୍ରାଭେଲ ପ୍ୟାକେଜ୍‌କୁ ପ୍ରତ୍ୟାହାର କରିଛନ୍ତି । ପହଲ୍‌ଗାମ ଆତଙ୍କବାଦୀ ହମ୍‌ଲା ପରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନକୁ ସମର୍ଥନ କରିଥିବା ତୁର୍କୀ ଏବଂ ଅଜରବୈଜାନ ସହ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବ୍ୟବସାୟୀମାନେ ଘୋଷଣା କରିଛନ୍ତି । ଗତ ୧୬ ତାରିଖରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଦିଲ୍ଲୀରେ ଏକତ୍ର ହୋଇଥଲେ ୨୪ରୁ ଊର୍ଦ୍ଧ୍ୱ ରାଜ୍ୟର ବ୍ୟବସାୟୀ । ତୁର୍କୀ ଏବଂ ଅଜରବୈଜାନ ସହ ସମସ୍ତ ବ୍ୟବସାୟକୁ ବନ୍ଦ କରିବା ପାଇଁ ଏ ଅବସରରେ ଏକ ମିଳିତ ନିଷ୍ପତ୍ତି ନିଆଯାଇଥିଲା । ବିଜେପି ଏମ୍‌ପି ତଥା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲ୍‌ୱାଲ ବୈଠକ ପରେ କହିଥିଲେ ଯେ, ଉଭୟ ଦେଶ ସହ ବ୍ୟବସାୟ ବନ୍ଦ କରିବାର କାରଣ ସ୍ପଷ୍ଟ । ଭାରତ ବିରୋଧରେ ଯାଇ ଉଭୟ ରାଷ୍ଟ୍ର ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ ଦେଇଛନ୍ତି । ତୁର୍କୀ ଏବଂ ଅଜରବୈଜାନ ସହ କୌଣସି ପ୍ରକାର ଆମଦାନି ଏବଂ ରପ୍ତାନି ହେବ ନାହିଁ । ତତ୍କାଳ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଖଣ୍ଡେଲୱାଲ୍‌ ଆହୁରି କହିଛନ୍ତି ଯେ, ତୁର୍କୀ ଏବଂ ଅଜରବୈଜାନରେ ବିଜ୍ଞାପନ ଏବଂ ଫିଲ୍ମ ସୁଟିଂ ନ କରିବା ପାଇଁ ଭାରତୀୟ କମ୍ପାନିଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଉଭୟ ରାଷ୍ଟ୍ରରେ ଚଳଚ୍ଚିତ୍ର ସୁଟିଂ ନ କରିବା ପାଇଁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଅନୁରୋଧ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.