PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଭାଲେଣ୍ଟାଇନ୍‌ ସପ୍ତାହରେ ପ୍ରେମିକଙ୍କ କାରନାମା: ପ୍ରେମିକାଙ୍କ ଫଟୋ ଭାଇରାଲ କରି ଗିରଫ

source:reviewonline.co.za

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ଚାଲିଛି ଭାଲେଣ୍ଟାଇନ୍‌ ସପ୍ତାହ । ପ୍ରେମୀଯୁଗଳ ସପ୍ତାହ ପାଳିବାରେ ମସ୍‌ଗୁଲ । ଆଶା ଓ ପ୍ରତିଶ୍ରୁତି ଦେଇ ପରସ୍ପରର ହୃଦୟ ଜିଣିବାରେ ବ୍ୟସ୍ତ । ହେଲେ, ଏମିତି ଜଣେ ପ୍ରେମିକ ଧରାପଡିଛି, ଯିଏ ପ୍ରେମିକାର ଇଜ୍ଜତ ବିକିବାକୁ ପଛେଇନି । ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରି ପୁଲିସ ହାବୁଡ଼ରେ ପଡିଛି । ସେ ହେଲେ ତମାଣ୍ଡୋ କଳିଙ୍ଗ ନଗର ଅଭିଷେକ ପଣ୍ଡା । ସହିଦନଗର ଥାନା ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି ।
ପୁଲିସ କହିବା ମୁତାବକ, ସହିଦନଗରରେ ରହୁଥିବା ପ୍ରୀତି (ଛଦ୍ମନାମ)ଙ୍କ ସହ ଅଭିଷେକଙ୍କ ୫ ବର୍ଷର ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ମଧ୍ୟରେ ଫେସବୁକ୍‌ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ପାସୱାର୍ଡ ମଧ୍ୟ ଦିଆନିଆ ହୋଇଥିଲା । ପ୍ରୀତି ଜଟଣୀ ସ୍ଥିତ ଏକ ସରକାରୀ ସଂସ୍ଥାରେ ଚାକିରି ପାଇଗଲେ । ତେବେ ଦୀର୍ଘ ଦିନ ପରେ ବି ଅଭିଷେକଙ୍କୁ ଚାକିରି ନ ମିଳିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହେଲା । ସେପଟେ ପ୍ରୀତିଙ୍କ ପରିବାର ଲୋକ ମଧ୍ୟ ଅନ୍ୟ ଆଡ଼େ ବାହାଘର ଠିକ୍‌ କରିଥିଲେ ।
ଭାଲେନ୍‌ଟାଇନ୍‌ ସପ୍ତାହର ପ୍ରଥମ ଦିନରେ ଅଭିଷେକ ଏକ ଗୋଲାପ ନେଇ ପ୍ରୀତିଙ୍କୁ ଉପହାର ଦେବାକୁ ଯାଇଥିଲେ । ସେଠାରେ ପ୍ରୀତିଙ୍କ ଠାରୁ ବାହାଘର ଖବର ଶୁଣିବା ପରେ ଅଭିଷେକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଉକ୍ତ ଦିନ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଅଭିଷେକ ରାଗରେ ପ୍ରୀତିଙ୍କ ଫେସବୁକ ଆକାଉଣ୍ଟ ଖୋଲି ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ପୋଷ୍ଟ କରିଥିଲେ । ଏହାସହ କିଛି ଅଶ୍ଳୀଳ କମେଣ୍ଟ୍‌ମାନ ମଧ୍ୟ ଲେଖିଥିଲେ । ଏ ଖବର ଜାଣିବା ପରେ ପ୍ରୀତି ଗତକାଲି ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୬୬ ଆଇଟି ଆକ୍ଟ ବଳରେ ଅଭିଯୁକ୍ତ ପ୍ରେମିକ ଅଭିଷେକକୁ ଗିରଫ କରିଛି ।

ସମ୍ବନ୍ଧିତ ଖବର