PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଯେଉଁ ବୟଫ୍ରେଣ୍ଡକୁ ବିବାହ କରିବାକୁ ଏହି ମଡେଲ କରିଥିଲେ ଧର୍ମ ପରିବର୍ତ୍ତନ,ଶେଷରେ ସିଏ ହିଁ କଲା ହତ୍ୟା

ମୁମ୍ବାଇ,୧୫।୭: ବୟଫ୍ରେଣ୍ଡ ସହିତ ଲିଭ-ଇନ୍ ରିଲେସନସିପରେ ରହିବା ପାଇଁ ଜଣେ ୧୯ ବର୍ଷୀୟ ମଡେଲ ନିଜର ଧର୍ମ ପରିବର୍ତ୍ତନ କରିନେଇଥିଲେ। ସେ ହେଉଛନ୍ତି ମିସ୍ ଇଣ୍ଡିଆ ୨୦୧୯ର ଟପ୍ ଫାଇନାଲିଷ୍ଟ ରହିଥିବା ଖୁସି ଜଗଦୀଶ ପରିହାର। ଗତ ୩ ତାରିଖରେ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିଦେଇଥିଲେ। କିନ୍ତୁ ଯେଉଁ ବୟଫ୍ରେଣ୍ଡ ପାଇଁ ସେ ଏତେ ସବୁ କଲେ ଶେଷରେ ସେହି ବୟଫ୍ରେଣ୍ଡ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ଏକ ନିଛାଟିଆ ସ୍ଥାନରେ ଫୋପାଡି ଦେଇଥିଲେ। ତାଙ୍କୁ ଯେପରି କେହି ଚିହ୍ନି ନପାରିବେ ତାଙ୍କର ମୁହଁକୁ ପଥରେ ଛେଚି କରିଦେଇଥିଲେ ପୁରା ବିଭତ୍ସ।

ପୋଲିସ ଯେତେବେଳେ ଖୁସିଙ୍କ ମୃତଦେହ ପାଇଥିଲା ତାଙ୍କର ପରିଚୟ ପାଇପାରିନଥିଲା। କିନ୍ତୁ ସେ ଯେଉଁ ଜିନ୍ସ ଓ ଟପ୍ ପିନ୍ଧିଥିଲେ ତାହା ନାଗପୁରର ଏକ ମଲର ଥିଲା। ଏହି ମଲରୁ ପୋଲିସ ସମ୍ପୂର୍ଣ୍ଣ ସୂଚନା ନେଇପାରିଥିଲା। ଖୁସିଙ୍କ ଶରୀରରେ ଥିବା ଟାଟୁରୁ ପୋଲିସ ତାଙ୍କୁ ଚିହ୍ନଟ କରିଥିଲା। ଏହି ମାମଲା ମହାରାଷ୍ଟ୍ରର ନାଗପୁର ଜିଲ୍ଲାର। ବୟଫ୍ରେଣ୍ଡ ଅଶରଫ୍ ଓରଫ ​‌ ଆଶୁଙ୍କ ସହିତ ଖୁସି  ନାଗପୁର ଜିଲ୍ଲାର ହିଙ୍ଗନାରେ ରହୁଥିଲେ। ତେବେ ଖୁସିଙ୍କୁ ମଡେଲିଂ କରିବାର ସଉକ ଥିଲା। ଯାହାକି ଖୁସିଙ୍କ ବୟଫ୍ରେଣ୍ଡ ଅଶରଫଙ୍କୁ ଟିକେ ବି ପସନ୍ଦ ଥିଲା।

ଖୁସି କୌଣସି ଯଦି ଅନ୍ୟ ଫ୍ରେଣ୍ଡଙ୍କ ସହ ଯିବା ଆସିବା କରୁଥିଲେ ତାକୁ ଅଶରଫ ପସନ୍ଦ କରୁନଥିଲେ। ଅଶରଫଙ୍କ କହିବା ପରେ ମଧ୍ୟ ଖୁସି ହୋଟେଲ ଓ ପବ୍କୁ କାହା ନା କାହା ସହ ଚାଲିଯାଉଥିଲେ। ଯାହାଫଳରେ ଖୁସିଙ୍କୁ ଅଶରଫ୍ ଟାୟାର ଖୋଲା ଯାଉଥିବା ଅସ୍ତ୍ର(ଟମି)ରେ ଚଳନ୍ତା କାରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଦେଇଥିଲେ। ଶନିବାର ଖୁସିଙ୍କ ମୃତଦେହ ସାଭଡି ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ପଡି ରହିଥିବାର ଦେଖିବାକୁ ମିଳିଥିଲା।

ଖୁସିଙ୍କୁ ହତ୍ୟା ବେଳେ ସେ ମଡେଲିଂ ଭଳି ଡ୍ରେସ ଓ ଲଙ୍ଗ ବୁଟ୍ ପିନ୍ଧିଥିଲେ। ସୋସିଆଲ ମିଡିଆରେ ଘଟଣାସ୍ଥଳ ଓ ମୃତଦେହର ଫଟୋ ଭାଇରାଲ ହେବାପରେ ତାଙ୍କର ପରିଚୟ ମିଳିପାରିଥିଲା। ପୋଲିସ ଏହି ମାମଲାରେ ତାଙ୍କର ବୟଫ୍ରେଣ୍ଡକୁ ଗିରଫ କରିଛି। ଏହା ସହ କାରକୁ ଜବତ କରିଦେଇଛି।

ପୋଲିସ କହିଛି, ଖୁସି ମଡେଲିଂ କରିବାକୁ ଇଛା ରଖିଥିଲେ।ଏଥିପାଇଁ ଗରିବ ବାପା-ମାଙ୍କୁ ନାଗପୁରରେ ଛାଡି ଫେଶନ୍ ଶୋ’ରେ ସାମିଲ ହୋଇଥିଲେ। ଏକ ପବରେ ଖୁସିଙ୍କ ସହ ଅଶରଫଙ୍କ ସାକ୍ଷାତ ହୋଇଥିଲା। ଏହାପରେ ବନ୍ଧୁତ୍ବ ଏବଂ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଅଶରଫଙ୍କ ସହ ଲିଭ-ଇନରେ ଖୁସି ରହୁଥିଲେ, ପରେ ତାଙ୍କୁ ବିବାହ କରିବାକୁ ନିଜର ଧର୍ମ ବଦଳାଇ ନିଜ ନାମକୁ ଜାୟରା ଶେଖ କରିନେଇଥଇଷଲ।