PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଝଗଡା କରିବାରୁ ବୟଫ୍ରେଣ୍ଡଙ୍କ ବେକ କାଟି ହତ୍ୟା କଲେ ଯୁବତୀ, ଟ୍ରଲି ବ୍ୟାଗରେ ଭର୍ତ୍ତି କରି ନେଉଥିବାବେଳେ ଧରିଲା ପୋଲିସ

ଲକ୍ଷ୍ନୌ ୮/୮: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ଯୁବତୀ ନିଜ ଲିଭ୍ ଇନ୍ ପାର୍ଟନରଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି । ଟ୍ରଲି ବ୍ୟାଗରେ ମୃତଦେହକୁ ନେବା ସମୟରେ ତାଙ୍କୁ ଧରିଛି ପୋଲିସ । ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିବା କାରଣରୁ ଯୁବତୀ ଜଣକ ନିଜ ବୟଫ୍ରେଣ୍ଡକୁ ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ ରବିବାର ମଧ୍ୟରାତ୍ରିରେ ପୋଲିସ କର୍ମୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଣେ ଯୁବତୀ ଏକ ଓଜନିଆ ଟ୍ରଲି ବ୍ୟାଗ୍ ଭିଡି ଭିଡି ନେଉଥିବା ନଜର ଆସିଲେ । ପୋଲିସ ଗାଡି ଦେଖି ମହିଳା ଜଣକ ସାମାନ୍ୟ ଭୟଭୀତ ନଜର ଆସିଲେ ଏବଂ ରାସ୍ତାର ଗୋଟିଏ କୋଣକୁ ଯିବାକୁ ଲାଗିଲେ । ପୋଲିସର ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ବ୍ୟାଗ୍ ଚେକ୍ କରାଗଲା । ସେଥିରୁ ଏକ ମୃତଦେହ ମିଳିଲା ।

ପଚରାଉଚରା ପରେ ଯୁବତୀ ଜଣକ ପ୍ରୀତି ଶର୍ମା ବୋଲି ନିଜ ପରିଚୟ ଦେଲେ । ସେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । ମୃତକ ଜଣକ ତାଙ୍କ ବୟଫ୍ରେଣ୍ଡ୍ ଏବଂ ସେ ଏକ ସେଲୁନରେ କାମ କରୁଥିଲେ । ୬-୭ ଅଗଷ୍ଟ ରାତିରେ ପ୍ରୀତି ଶର୍ମାଙ୍କ ବୟଫ୍ରେଣ୍ଡ୍ ତାଙ୍କୁ ଖୁବ୍ ଶୀଘ୍ର ବିବାହ କରିବାକୁ କରିବାରୁ ପ୍ରୀତି ମନାକଲେ । ଏହା ପରେ ଉଭୟଙ୍କ ମଧ୍ୟରେ ସେହି କଥାକୁ ନେଇ ଝଗଡା ହୋଇଗଲା । ଧିରେ ଧିରେ ଝଗଡା ଉଗ୍ର ରୂପ ନେଲା ।  ଶେଷରେ ପ୍ରୀତି ନିକଟରେ ଥୁଆ ହୋଇଥିବା ଏକ ବ୍ଲେଡରେ ତାଙ୍କ ବୟଫ୍ରେଣ୍ଡଙ୍କ ବେକ କାଟିଦେଇଥିଲେ । ସାରା ରାତି ମୃତଦେହ ସେମିତି ପଡିରହିଥିଲା ।  ତା ପରଦିନ ଅର୍ଥାତ୍ ରବିବାର ସେ ଏକ ବଡ ଟ୍ରଲି ବ୍ୟାଗ୍ କିଣିଆଣିଲେ । ସେଥିରେ ସେ ମୃତଦେହକୁ ଭର୍ତ୍ତି କରି ଫୋପାଡିବାକୁ ନେବା ସମୟରେ ପୋଲିସ ହାବୁଡରେ ପଡିଲେ ।

ସମ୍ବନ୍ଧିତ ଖବର