PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଗର୍ଲଫ୍ରେଣ୍ଡକୁ ଭିଡିଓ କଲ୍ କରି ଯୁବକ କଲେ ଲାଇଭ୍ ସୁସାଇଡ,କିଛି ଏଭଳି ଥିଲା ଏହି ପ୍ରେମକାହାଣୀ

ପାଟନା,୧୫।୭: ବିହାରର ରାଜଧାନୀ ପାଟନାରେ ଜଣେ ଯୁବକ ନିଜର ପ୍ରେମିକାର ଧୋକା ସହି ନପାରି କରିଛନ୍ତି ଲାଇଭ ସୁସାଇଡ୍। ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ପ୍ରେମିକାର ଘର ଠାରୁ ୨୦୦ ମିଟର ଦୂରରେ ନିଜ କାର ଭିତରେ ବସି ପ୍ରେମିକାକରୁ ଭିଡିଓ କଲ୍ କରିଥିଲେ। ଏହାପରେ ନିଜ ସାଙ୍ଗରେ ଆଣିଥିବା ପିସ୍ତଲରେ ମୁଣ୍ଡକୁ ଗୁଳିକରି କରିଥିଲେ ଆତ୍ମହତ୍ୟା। ସୁସାଇଡ୍ କରିବାର ୩ ଘଣ୍ଟା ପର୍ଯ୍ୟନ୍ତ କାରଟି ଷ୍ଟାର୍ଟ ମୋଡରେ ଥିଲା।

ଏହି ଘଟଣାଟି ପାଟନାର ବୃଦ୍ଧା କଲୋନୀ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣା ନଗରର ରୋଡ୍ ନମ୍ବର ସାତରେ ଗତ ରବିବାର ଘଟିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ମୃତ ଯୁବକ ଜଣକ ହେଲେ ୨୨ ବର୍ଷୀୟ ରୂପକ କୁମାର। ଯୁବକ ଜଣକ ପଟେଲ ନଗରରେ ରହୁଥିବା ବେଳେ ବିଏଏସି ପଢୁଥିଲେ। ଲାଇଭ ଭିଡିଓରେ ସେ ନିଜର ଡାହଣ କାନମୁଣ୍ଡାକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ପାର୍କରେ ଖେଳୁଥିବା ପିଲାମାନେ ଯେତେବେଳେ ବଲ୍ ନେବାକୁ ସେହି କାର ପାଖକୁ ଆସିଥିଲେ ଭିତରେ ରକ୍ତ ଦେଖି ଚିଲାଇଥିଲେ। ପ୍ରାୟ ସାଢେ ୧୧ ଟା ବେଳକୁ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଖୋଜାଖୋଜି କରିଛି, ଯେଉଁଥିରେ ଗାଡିର ଆଖପାଖରେ କେହି ନଥିଲେ। ପୋଲିସ କାର ଭିତରୁଦେଶୀ ପିସ୍ତଲ ଏବଂ ଏକ ମୋବାଇଲ ଜବତ କରିଛି।

ରୂପକଙ୍କ ସାଙ୍ଗମାନେ ଦେଇଥିବା ସୂଚନା ଅନୁସାରେ, କୃଷ୍ଣାନଗରରେ ରହୁଥିବା ଜଣେ ଝିଅକୁ  ରୂପକ ଭଲପାଇ ବସିଥିଲେ। ରାସ୍ତାରେ ଯିବା ଆସିବା ବେଳେ ତାଙ୍କର ଦେଖା ସାକ୍ଷାତ ହେଉଥିଲା। ତେବେ ଯୁବତୀ ଜଣକ ଆଉ ଜଣେ ଯୁବକକୁ ଭଲ ପାଉଥିବାରୁ, ଏହି କଥାକୁ ନେଇ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଥିଲା ବିବାଦ। ନିକଟରେ ରୂପକ ତାଙ୍କର ପ୍ରେମିକାର ନୂତନ ପ୍ରେମିକକୁ ମଧ୍ୟ ମାରପିଟ୍ କରିଥିଲେ।ରୂପକଙ୍କର ଆତ୍ମହତ୍ୟା ସୂଚନା ତା’ଙ୍କ ପ୍ରେମିକା ଜଣକ ଫୋନ କରି ଜଣାଇଥିଲେ। କୁହାଯାଉଛି ଯେ, ରୂପକ ଯୁବତୀ ଜଣକୁ ଫୋନ୍ କରି ତାଙ୍କ ପାଖକୁ ଡକାଇଥିଲେ, ସେ ନଆସିବାରୁ ଆତ୍ମହତ୍ୟା କରିଥିଲେ। ରୂପକ ଘରେ ସବୁଠାରୁ ସାନ ଥିବାରୁ ଖୁବ୍ ଗେହ୍ଳା ଥିଲେ। ତାଙ୍କର ବଡ ଭାଇ ଝାଡଖଣ୍ଡରେ ଇଞ୍ଜିନିୟର ଥିବା ବେଳେ ତାଙ୍କ ବାପା ମଧ୍ୟ ସେଠାରେ ରହୁଥିଲେ। ବଡ ଭଉଣୀ ଏବଂ ମା’ ତାଙ୍କ ସହ ବିହାରରେ ରହୁଥିଲେ। ପରିବାର ଲୋକ ନିଜର ପୁଅକୁ ହରାଇ ଖୁବ୍ ଭାଙ୍ଗିପଡିଛନ୍ତି।

ସମ୍ବନ୍ଧିତ ଖବର