ରାଜଗାଙ୍ଗପୁର, ୧୫/୧ : ପ୍ରେମିକା ଘର ଆଗରେ ଝୁଲୁଛି ପ୍ରେମିକର ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲି ପଦାରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ୨୫ବର୍ଷୀୟ ବିକାଶ ମହାନନ୍ଦିଆ ବୋଲି ଜଣାପଡିଛି।

ସୂଚନାନୁଯାୟୀ, ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହାନନ୍ଦିଆ ଜାମପାଲି ପଦାର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଆଜି ଯୁବତୀଙ୍କ ଘର ଆଗରୁ ବିକାଶଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପ୍ରେମରେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ସେପଟେ ମୃତକଙ୍କ ପରିବାର ଲୋକ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ରାଜଗାଙ୍ଗପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିକାଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

ଏହି ଖବରଟିକୁ ପଢନ୍ତୁ- ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ : ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ଓ ଖାଲି ଥିବା ପଦବୀ ପୂରଣ ଉପରେ ଫୋକସ୍