ଆନନ୍ଦପୁର,୨୨।୧ : ପ୍ରଥମେ ନାବାଳକ ପୁତୁରାକୁ ପିଟିପିଟି ରକ୍ତାକ୍ତ କରିଦେଲା ଦାଦା।  ପୁତୁରା  ବେହୋସ ହେବା ପରେ ମରିଯାଇଛି ଭାବି ଅନ୍ଯ ଜଣେ ପୁତୁରାର ସହଯୋଗରେ ନଦୀକୁ ଫିଙ୍ଗି ଦେଉଥିଲା ଦାଦା ।  ହେଲେ ଏତିକି ବେଳେ ସେଇ ବାଟ ଦେଇ ଯାଉଥିବା କିଛି ଯୁବକଙ୍କ ନଜରରେ   ପଡିଯିବାରୁ ସଙ୍କଟାପନ୍ନ ଅବସ୍ଥାରେ ନାବାଳକକୁ ଉଦ୍ଧାର  କରି  ଡାକ୍ତରଖାନାରେ ଭର୍ତ୍ତି  କରିଥିଲେ।  ଅନ୍ଯପଟେ ଘଟଣା ସମ୍ପର୍କରେ   ଖବର ଦେବାରୁ ପେଲିସ ପହଁଞ୍ଚି ଦାଦା ଓ ଅନ୍ଯଜଣେ ପୁତୁରାକୁ ଅଟକ ରଖି ତଦନ୍ତ ଚଳାଇଛି ।

ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ଥିବା ନାବାଳକକୁ ଜଣେ ବ୍ଯକ୍ତି ଓ ଅନ୍ଯ ଜଣେ ନାବାଳକ ବୁଧବାର ସଂନ୍ଧ୍ଯାରେ ଆନନ୍ଦପୁର ଉପଖଣ୍ଡ ବୈତରଣୀ   ବ୍ଯାରେଜ୍ ନିକଟକୁ ନେଇ ଆସିଥିଲେ । ସେହି ବାଟଦେଇ ଯାଉଥିବା ଯୁବକମାନଙ୍କ ସନ୍ଦେହ ହେବାରୁ ଘଟଣା ସମ୍ପର୍କରେ ସେମାନେ ପଚାରିଥିଲେ । ହେଲେ ଦୁର୍ଘଟଣାରୁ ପିଲାଟିର ଏଭଳି ଅବସ୍ଥା   ହୋଇଥିବା କହିଥିଲେ। ଏଥିସହ ନିଜ ନାମ ଶିଶିର ପାତ୍ର ଓ ଘର ଶୈଲଙ୍ଗ  ବୋଲି ପରିଚୟ ଦେଇଥିଲା ।  ହେଲେ ଖୋଳତାଡ୍ କରିବାରୁ ସେ ଶୈଲଙ୍ଗ ଗାଁର ହୋଇନଥିବା ଜଣାପଡିଥିଲା ।  ସନ୍ଦେହ ହେବାରୁ ଯୁବକମାନେ ତାଙ୍କୁ ମେଡିକାଲକୁ ଆଣିବା ସହ ଥାନାକୁ ମଧ୍ଯ ଖବର ଦେଇଥିଲେ । ମେଡିକାଲରେ ପହଁଞ୍ଚିବା ପରେ ସାଙ୍ଗରେ ଥିବା ଅନ୍ଯ ଜଣେ ପୁତୁରା ସବୁ ସତ କହିଥିଲା । ୫ହଜାର ଟଙ୍କା ଘରୁ ନେଇ ଆସିଥିବାରୁ ତାର ସାନଭାଇକୁ ଦାଦା ଶିଶିର ନିର୍ଧୁମ୍ ମାଡ଼ ମାରିଛି ବୋଲି କହିଥିଲା।  ପୋଲିସ୍ ଘଟଣାର ତଦନ୍ତ  କରୁଛି।