ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଙ୍କ ବଡ ବିବୃତ୍ତି, କହିଲେ ସମ୍ବିଧାନ ନିର୍ମାଣରେ ରହିଛି ବ୍ରାହ୍ମଣଙ୍କ ଅବଦାନ…

Published By : Ladu Kishor | January 21, 2025 6:38 PM

ନୂଆଦିଲ୍ଲୀ: ସମ୍ବିଧାନ ନିର୍ମାଣରେ ବ୍ରାହ୍ମଣ ମାନଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବ୍ରାହ୍ମଣ ମହାସଭାର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି। ବିଚାରପତି ଜଷ୍ଟିସ୍ କୃଷ୍ଣ ଏସ ଦୀକ୍ଷିତ ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଆମ୍ବେଦକରଙ୍କ ଏକ ବକ୍ତବ୍ୟକୁ ଉଦ୍ଧୃତ କରି, ସେ ସମ୍ବିଧାନ ନିର୍ମାଣରେ ବ୍ରାହ୍ମଣ ମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଜାନୁଆରୀ ୧୮-୧୯ରେ ଆୟୋଜିତ ହୋଇଥିଲା ଅଖିଳ କର୍ଣ୍ଣାଟକ ବ୍ରାହ୍ମଣ ମହାସଭାର ସୁବର୍ଣ୍ଣ ଜୟନ୍ତୀ। ଏହି ଦୁଇ ଦିନିଆ ବ୍ରାହ୍ମଣ ସମ୍ମିଳନୀ 'ବିଶ୍ୱାମିତ୍ର'ରେ ଜଷ୍ଟିସ୍ ଦୀକ୍ଷିତ କହିଥିଲେ ଯେ, 'ଡକ୍ଟର ଆମ୍ବେଦକର ଥରେ ଭଣ୍ଡାରକର ଇନ୍‌ଷ୍ଟିଟ୍ୟୁଟରେ କହିଥିଲେ ଯେ, ଯଦି ବି.ଏନ୍. ରାଓ ସମ୍ବିଧାନ ପ୍ରସ୍ତୁତ କରିନଥାନ୍ତେ, ତେବେ ଏହାକୁ ପ୍ରସ୍ତୁତ କରିବାକୁ ଆହୁରି ୨୫ ବର୍ଷ ଲାଗି ଯାଇଥାନ୍ତା।

ଜଷ୍ଟିସ୍ ଦୀକ୍ଷିତ କହିଥିଲେ ଯେ, ସମ୍ବିଧାନ ପ୍ରସ୍ତୁତ କମିଟିର ସାତ ଜଣ ସଦସ୍ୟଙ୍କ ମଧ୍ୟରୁ ତିନି ଜଣ ହେଲେ ଆଲ୍ଲାଦି କୃଷ୍ଣସ୍ୱାମୀ ଆୟର, ଏନ ଗୋପାଳସ୍ୱାମୀ ଆୟଙ୍ଗର ଏବଂ ବି ଏନ ରାଓ । ଏମାନେ ବ୍ରାହ୍ମଣ ଥିଲେ। ବ୍ରାହ୍ମଣଙ୍କ ବିଷୟରେ ତାଙ୍କର ମତ ସ୍ପଷ୍ଟ କରି ସେ କହିଥିଲେ ଯେ ଏହି ଶବ୍ଦକୁ ଜାତି ପରିବର୍ତ୍ତେ "ବର୍ଣ୍ଣ" ସହିତ ଯୋଡାଯିବା ଉଚିତ।

ସେ କହିଥିଲେ ଯେ ବେଦକୁ ବର୍ଗୀକୃତ କରିଥିବା ବେଦବ୍ୟାସ ଜଣେ ମତ୍ସ୍ୟଜୀବୀଙ୍କ ପୁଅ ଥିଲେ ଏବଂ ରାମାୟଣ ଲେଖିଥିବା ମହର୍ଷି ବାଲ୍ମୀକି ଅନୁସୂଚିତ ଜାତି କିମ୍ବା ଜନଜାତିର ଥିଲେ । ସେ କହିଲେ,“ଆମେ (ବ୍ରାହ୍ମଣମାନେ) କ’ଣ ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖିଛୁ ? ଆମେ ଶତାବ୍ଦୀ ଧରି ଭଗବାନ ରାମଙ୍କୁ ପୂଜା କରିଆସୁଛୁ ଏବଂ ତାଙ୍କ ମୂଲ୍ୟବୋଧକୁ ସମ୍ବିଧାନରେ ସାମିଲ କରାଯାଇଛି।

ଜଷ୍ଟିସ୍ ଦୀକ୍ଷିତ ଅତୀତରେ ଅଣ-ବ୍ରାହ୍ମଣ ଜାତୀୟତାବାଦୀ ଆନ୍ଦୋଳନ ସହିତ ତାଙ୍କର ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ବିଚାରପତି ହେବା ପରେ ସେ ଅନ୍ୟ ସମସ୍ତ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ନ୍ୟାୟିକ ଢାଞ୍ଚା ମଧ୍ୟରେ କଥା ହେଉଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.